ଜାଣନ୍ତୁ କେଉଁ ଶ୍ମଶାନରେ ଦିଆଗଲା ଅତିକ୍ ଓ ଅଶରଫଙ୍କୁ କବର ! ଆଧାରକାର୍ଡ ଦେଖି ଦିଆଗଲା ଏଣ୍ଟ୍ରି
Atiq Ahmad News:ପୋଷ୍ଟମର୍ଟମ ପରେ ରବିବାର ରାତିରେ ଅତିକ୍ ଏବଂ ଅଶରଫ ଅହମଦର ମୃତ ଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକଙ୍କ ଉପସ୍ଥିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଭାଇଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଅତିକ୍ ଅହମଦକୁ ଆଠଟି ଗୁଳି ଏବଂ ଅଶରଫକୁ ପାଞ୍ଚଟି ଗୁଳି ବାଜିଥିଲା । ଏପ୍ରିଲ୍ ୧୫ ରେ, ଅତିକ୍ ଅହମଦ ଏବଂ ଭାଇ ଅଶରଫ ଅହମଦକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ପୋଲିସ ଏହି ତିନି ଆକ୍ରମଣକାରୀଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କୁ ୧୪ ଦିନ ନ୍ୟାୟିକ ହେପାଜତ ପାଇଁ ପ୍ରୟାଗରାଜର ନେନି ଜେଲକୁ ପଠାଯାଇଛି ଏବଂ ତଦନ୍ତ ଜାରି ରହିଛି ।

କେଉଁ ଶ୍ମଶାନରେ ଦିଆଗଲା କବର !
ଅତିକ୍ ଅହମଦ ଏବଂ ଅଶରଫ ଅହମଦଙ୍କୁ ପ୍ରୟାଗରାଜର କାସାରି ମଜାରୀ କବରସ୍ଥାନରେ କବର ଦିଆଯାଇଛି । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କ ମୃତଦେହକୁ ଶ୍ମଶାନକୁ ଅଣାଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ବେଳେ ଉଭୟଙ୍କ ମୃତଦେହକୁ ଶ୍ମଶାନକୁ ଅଣାଯାଇଥିଲା । ଏହି ସମୟରେ କେବଳ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ ଯେଉଁଥିରେ କିଛି ମହିଳା ମଧ୍ୟ ଉପସ୍ଥିତ ଥିଲେ ।
ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ଭାଇଙ୍କୁ ସମାଧି ଦିଆଯାଇଛି । ତେବେ ସମ୍ପର୍କୀୟଙ୍କ ବ୍ୟତୀତ, ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିବା ଅନ୍ୟ ଲୋକଙ୍କୁ କେବଳ ଆଧାର କାର୍ଡ ଦେଖିବା ପରେ ହିଁ ଶ୍ମଶାନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ସେହିପରି ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଥିଲା ।
ସୂଚନାଥାଉ ଯେ, ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ଅତିକ ଓ ତା ଭାଇ ଅଶରଫଙ୍କୁ ଶନିବାର ରାତିରେ ୩ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ । ମିଡିଆକୁ ବାଇଟ୍ ଦେବା ସମୟରେ ଚାରି ପଟେ ପୋଲିସ ଛାଉଣି ହୋଇ ରହିବା ସତ୍ୱେ ଏପରି ହତ୍ୟା କାଣ୍ତ ଘଟିଥିଲା ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।












Click it and Unblock the Notifications