ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣା: ତଦନ୍ତ ଦାୟିତ୍ୱ HRPCକୁ ହସ୍ତାନ୍ତର
ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ତଦନ୍ତ କରିବ HRPC । ଦାୟିତ୍ୱ ଓଡିଶା ପୋଲିସ ଠାରୁ ନେଇ ମାନବାଧିକାର ସୁରକ୍ଷା ସେଲ୍କୁ ଦିଆଯାଇଛି । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ଡିଏସପି ପାହ୍ୟା ଅଫିସରଙ୍କ ତତ୍ଵବଧାନରେ ହେବ ତଦନ୍ତ ।
ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । CBI ତଦନ୍ତ ଦାବିରେ ଏଡିଏମ୍ ଅଫିସ ଘେରାଉ କରିଛନ୍ତି ଆଦିବାସୀ ମହିଳା । ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଉପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ପରିବାର ଲୋକେ ସନ୍ତୋଷ ପ୍ରକାଶ ନକରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ । ତେବେ HRPCକୁ ମାମଲା ଯିବା ପରେ ସୁସ୍ମିତାଙ୍କ ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ନେଇ ଆଶା କରାଯାଇଛି ।

ଗତ ୧୯ ତାରିଖରେ ସେନସୋରୀ ପାର୍କ ପୋଖରୀରୁ ଆସିଣ୍ଟାଣ୍ଟ କଲେକ୍ଟର ଶୁଶ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ମୃତ୍ୟବରଣ କରିଥିଵା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା ।
ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ମୃତ୍ୟ ବରଣ କରିଥିଵା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା। କିନ୍ତୁ ପରିବାର ଲୋକେ ଏଥିରେ ସନ୍ତୋଷ ପ୍ରକାଶ ନକରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ। ଏଚ୍ଆରପିସିକୁ ମାମଲା ଯିବା ପରେ ସୁସ୍ମିତାଙ୍କ ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ନେଇ ଆଶା କରାଯାଇଛି । ଏବେ ତଦନ୍ତ ଦାୟିତ୍ୱ ଓଡିଶା ପୋଲିସ ଠାରୁ ନେଇ ମାନବାଧିକାର ସୁରକ୍ଷା ସେଲ୍କୁ ଦିଆଯାଇଛି ।












Click it and Unblock the Notifications