Get Updates
Get notified of breaking news, exclusive insights, and must-see stories!

ଆର୍ୟାନ୍ ଖାନଙ୍କୁ ବେଲ ମିଳିଲା, ହେଲେ ଆଜି ରାତି କଟାଇବାକୁ ହେବ ଜେଲରେ

ମୁମ୍ବାଇ: ଆର୍ୟାନ୍ ଖାନଙ୍କୁ ବେଲ ମିଳିଲା, ହେଲେ ଆଜି ରାତି କଟାଇବାକୁ ହେବ ଜେଲରେ। ଆର୍ୟାନଙ୍କ ସମେତ ଅରବାଜ ମାର୍ଚ୍ଚାଣ୍ଟ, ଓ ମୁନମୁନ ଧମେଚାଙ୍କୁ ବି ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାମିନ ମିଳିଥିଲେ ବି ଏମାନଙ୍କୁ ଆଜି ରାତି ଜେଲରେ କାଟିବାକୁ ପଡ଼ିବ । କାରଣ ଜମାନତ ସମ୍ବନ୍ଧିତ କପି ଜେଲ କତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନାହିଁ। ଶୁକ୍ରମାର କିମ୍ବା ଶନିବାର ଏମାନେ ଜେଲରୁ ମୁକୁଳି ପାରନ୍ତି । ଶୁକ୍ରବାରକୁ କୋର୍ଟଙ୍କ ଅର୍ଡର କପି ଜେଲ୍ ପ୍ରଶାସନକୁ ହସ୍ତାନ୍ତର କରାଯିବ । ଜେଲରେ ଅର୍ଡର କପି ପହଞ୍ଚିବା ପରେ ଏମାନଙ୍କ ବାହାରିବା ପ୍ରକ୍ରିୟା ଆରମ୍ଭ କରାଯିବ ।

aryan khan

ରେଭ ପାର୍ଟିରେ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ନେଇ ଗିରଫ ହୋଇଥିବା ଏହି ହାଇ ପ୍ରୋଫାଇଲ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣୀ ଗତ ୩ ଦିନ ଧରି ଚାଲିଥିଲା । ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୩ ଜଣଙ୍କୁ ଜାମିନ ଦେଇଛନ୍ତି । ପୂର୍ବ ଅଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ଯ୍ୟନଙ୍କ ପକ୍ଷରୁ ଲଢୁଥିବା ବେଳେ ଅରବଜଙ୍କ ପାଇଁ ଅମିତ ଦେସାଇ ଏବଂ ମୁନମୁନଙ୍କ ପାଇଁ କାଶିଫ ଖାନ୍ ବରିଷ୍ଠ ଯୁକ୍ତି ବାଢ଼ିଥିଲେ । କୋର୍ଟରେ ଏନସିବି ପକ୍ଷରୁ ଏଏସଜି ଅନୀଲ ସିଂହ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ । ହେଲେ ମୁକୁଲ ରୋହିତଗୀ ବଳିଷ୍ଠ ଯୁକ୍ତି ରଖି ତାଙ୍କର ସବୁ ଯୁକ୍ତିକୁ କାଟିଥିଲେ ।

ଆଜି ଶୁଣାଣି ଆରମ୍ଭ ହେବା ପରେ ଏଏସଜି ଅନୀଲ ସିଂହ ଜାମିନକୁ ବିରୋଧ କରି କୋର୍ଟକୁ କହିଥିଲେ, ଆର୍ଯ୍ୟନ ଡ୍ରଗ୍ସ ଯୋଗାଡ଼ କରୁଥିଲେ । ସେ କିଛି ବର୍ଷ ହେବ ଡ୍ରଗ୍ସ ନେଉଛନ୍ତି, ଏହାର ପ୍ରମାଣ ମଧ୍ୟ ଅଛି । ଏହାସହ ଏନସିବି ଏ ଅଭିଯୋଗ ବି ଆଣିଥିଲା ଯେ, ସେ କିଛି ଯୋଜନାରେ ସାମିଲ ଅଛନ୍ତି ଓ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣରେ ବି ସମ୍ପୃକ୍ତ ଅଛନ୍ତି ।

ଏନସିବିର ତର୍କକୁ ମୁକୁଲ ଜୋରଦାର ବିରୋଧ କରିଥିଲେ । ସେ କହିଥିଲେ ଜାହାଜରେ ୧୩ ଶହ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ଆର୍ଯ୍ୟନ ଓ ଅରବାଜଙ୍କ ମଧ୍ୟରେ ସମ୍ପର୍କ ଥିଲା । ସେଠାରେ କୌଣସି ଯୋଜନା କରାଯାଉ ନଥିଲା, କାରଣ ବାକି ଲୋକଙ୍କୁ ସେମାନେ ଚିହ୍ନି ନଥିଲେ । ଏମିତି ସ୍ଥିତିରେ କୌଣସି ଯୋଜନାର ପ୍ରଶ୍ନ ହିଁ ଉଠୁନି । ସେ ଆହୁରି କହିଥିଲେ, ଏହା କହି ହେବନି ଯେ ସେମାନେ ଆଉ କାହା ସହ ମିଶିଥିଲେ କି ନାହିଁ । ହେଲେ ପାରିପାର୍ଶ୍ବିକ ସ୍ଥିତିକୁ ବି ଅଣଦେଖା କରିହେବନି । ପରିଶେଷରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+