ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଏମଏମଏସ ଲିକ୍ ମାମଲାରେ ସେନା ଯବାନ ଗିରଫ
ଚଣ୍ଡିଗଡ ୟୁନିଭର୍ସିଟି ଏମେଏମଏସ ଭିଡିଓ ଲିକ୍ ମାମଲାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 4 ଜଣ ପୋଲିସ କବଜାରେ ଅଛନ୍ତି ।
ଚଣ୍ଡିଗଡ଼: ଚଣ୍ଡିଗଡ ୟୁନିଭର୍ସିଟି ଏମେଏମଏସ ଭିଡିଓ ଲିକ୍ ମାମଲାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 4 ଜଣ ପୋଲିସ କବଜାରେ ଅଛନ୍ତି । ପ୍ରଥମେ ଗତ ସପ୍ତାହରେ ପଞ୍ଜାବ ପୁଲିସ ଚଣ୍ଡିଗଡ଼ର ୟୁନିଭର୍ସିଟିର ଜଣେ ଛାତ୍ରୀକୁ ଗିରଫ କରିଥିଲା । ଛାତ୍ରୀଙ୍କ ପରେ ହିମାଚଳ ପ୍ରଦେଶର ଦୁଇ ଜଣଙ୍କୁ ଏହି ମାମଲାରେ ଗିରଫ ହୋଇସାରିଛନ୍ତି। ତେବେ ଶନିବାର ଅରୁଣାଚଳ ପ୍ରଦେଶର ସୀଲ ପାସ ଏରିଆରୁ ସେନା ଯବାନ ସଞ୍ଜୀବ ସିଂହକୁ ଗିରଫ କରିଛି ପୋଲିସ୍। ଏହି ମାମଲାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

Crucial breakthrough in the #ChandigarhUniversity case with the assistance of the #Army, #Assam & #Arunachal Police.
Accused army personnel Sanjeev Singh arrested from Sela Pass, Arunachal Pradesh. Transit remand obtained from Ld CJM Bomdilla for production before Mohali court. pic.twitter.com/eNhNq9W11R
— DGP Punjab Police (@DGPPunjabPolice) September 24, 2022
ବିଶ୍ବବିଦ୍ୟାଳୟରେ ଗର୍ଲ୍ସ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ 60 ଜଣ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ନିଜ ଫୋନରେ ସୁଟ୍ କରି ଶିମଲା ରହୁଥିବା ଜଣେ ଯୁବକଙ୍କ ନିକଟରୁ ପଠାଇଥିଲେ । ସେହି ଯୁବକ ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ତେବେ ଘଟଣା ବିଷୟରେ ଅବଗତ ହେବା ପରେ ହଷ୍ଟେଲର 8 ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗତ 17 ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟ ପରିସରରେ ବିକ୍ଷୋଭ ଆରମ୍ଭ ହୋଇଥିଲା ।












Click it and Unblock the Notifications