ମୋ ପାଖରେ EXCLUSIVE ପ୍ରମାଣ ଅଛି, ୩୦ ମିନିଟ୍ କଥା କହିଲେ ଓଡ଼଼ିଶା ବଦଳିଯିବ : ଅର୍ଚ୍ଚନା ନାଗ
ମୋ ପାଖରେ EXCLUSIVE ପ୍ରମାଣ ଅଛି, ୩୦ ମିନିଟ୍ କଥା କହିଲେ ଓଡ଼଼ିଶା ବଦଳିଯିବ : ଅର୍ଚ୍ଚନା ନାଗ
ଭୁବନେଶ୍ୱର: ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ । ମୋ ପାଖରେ EXCLUSIVE ପ୍ରମାଣ ଅଛି । ଯଦି ମୋତେ ୩୦ ମିନିଟ୍ କଥା କହିବା ପାଇଁ ସୁଯୋଗ ଦିଆଯାଏ ତେବେ ପୁରା ଓଡ଼ିଶା ବଦଳିଯିବ । ମୁଁ କ'ଣ ଆତଙ୍କବାଦୀ ପରି ଦେଖାଯାଉଛି ଆପଣଙ୍କୁ, ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ସବୁ ପ୍ରକାର ତଦନ୍ତର ସାମ୍ନା କରିବା ପାଇଁ ଚାହୁଁଛି । ସବୁ ପ୍ରକାର ତଥ୍ୟ ପ୍ରମାଣ ସହ ଦେବି । ନେତା କି ମନ୍ତ୍ରୀ ମୁଁ ପ୍ରମାଣ ସହ ତଥ୍ୟ ଦେବି । ମୁଁ ନିର୍ଦୋଷ ମୋତେ ଫସାଯାଉଛି । ମୋ ପାଞ୍ଚ ବର୍ଷର ଛୁଆର ଲୁହ ପଡିବ । ମୁଁ ସମୟକୁ ଅପକ୍ଷା କରିଛି, ସବୁ ପ୍ରକାର ଗୁମର ଖୋଲିବି କାହାକୁ ଛାଡିବିନି । ଆଜି କ୍ୟାପିଟାଲ୍ ହସ୍ପିଟାଲରୁ ଆଣିବା ସମୟରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ।

ଏହା ସହ ଆଜି ମଧ୍ୟ କମିଶନରେଟ୍ ପୋଲିସ ଉପରେ ବର୍ଷିଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ଆହୁରି କହିଛନ୍ତି, ପାଟି ଆଖି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କରିଥିଲେ । ପ୍ରେସମିଟ୍ କରିଥାନ୍ତେ । ମୁଁ କ'ଣ ଆତଙ୍କବଦୀ, କିଛି ନ ଜାଣି ମୋତେ ବଦନାମ କରାଯାଉଛି । ମୋତେ ସମୟ ଦରକାର ବୋଲି କହିଛନ୍ତି ଅର୍ଚ୍ଚନା । ଆଜି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ତରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ୭ଦିନ ଧରି ଅର୍ଚ୍ଚନାଙ୍କୁ ମାରାଥନ ଜେରା କରିବା ପରେ ଏହି ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ।












Click it and Unblock the Notifications