For Quick Alerts
Turn On Notification  
For Daily Alerts
Oneindia App Download

ଖୋଲିବ ବଡ ଗୁମର: ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ ED

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ ED । ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୋଜନା ଚାଲିଛି। ଏନେଇ ଇଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

|

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ ED । ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୋଜନା ଚାଲିଛି। ଏନେଇ ଇଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଇଡି ଆସନ୍ତାକାଲି (‌୨୦୨୨ ନଭେମ୍ବର ୨୪) ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି କରୁଛି । ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ଆଣିଲେ ବଡ଼ ଗୁମର ଖୋଲିପାରେ। ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଇଡି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ।

Archana Nag

ଅନ୍ୟପଟେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ୬ ଘଣ୍ଟା ପାଇଁ ଜେରା ହୋଇଥିବା ବେଳେ ଆଜି ପୁଣି ସକାଳ ୧୦ଟାରେ ସେ ଇଡି ଅଫିସ୍‌ରେ ସେ ପହଞ୍ଚିଥିଲେ ।

ସେପଟେ ଆଜି ଇଡି ଅଫିସରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଇଡି ଅଫିସରେ ଗୁଡ଼େଇ ତୁଡ଼େଇ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଶ୍ନ କରିଛନ୍ତି ଅଧିକାରୀ । ସପ୍ତାହେ ହେଲା ଇଡିକୁ ଧରାଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି। ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ କରିଥିଲା ଇଡି । ସପ୍ତାହେ ହେଲା ଶ୍ରଦ୍ଧାଞ୍ଜଳିଙ୍କ ପିଛା କରୁଥିଲା ଇଡିର ସ୍ୱତନ୍ତ୍ର ଟିମ୍ । ସେ ହେଉଛନ୍ତି ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ । ଅର୍ଚ୍ଚନାଙ୍କ ବିଭିନ୍ନ ଟ୍ରାନଜାକ୍ସନ୍ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ବିଶେଷ ଭାବେ ଶ୍ରଦ୍ଧାଞ୍ଜଳୀଙ୍କୁ ଅକ୍ଷୟ ପରିଜାଙ୍କ ଲିଙ୍କ୍‌ରେ ଜେରା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Archana Nag will be remanded by ED
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X