ଡିସେମ୍ବର ୫ରେ କୋର୍ଟରେ ହାଜର ହେବ ଅର୍ଚ୍ଚନା ନାଗ

ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଚଳିତ ମାସ ୫ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଡକ୍ସନ ଆବେଦନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ।

ଭୁବନେଶ୍ବର: ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଚଳିତ ମାସ ୫ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଡକ୍ସନ ଆବେଦନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ। କୋର୍ଟରେ ହାଜର ପରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ।

Archana Nag

ସେପଟେ ଆଜି ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦଙ୍କୁ ଅନେକ ପ୍ରଶ୍ନ ପଚାରିଛି । ସେହିପରି ଜମି କିଣାବିକା ନେଇ ପ୍ରଭାତଙ୍କୁ ଇଡି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଛି ବୋଲି ସୂଚନା ମିଳିଛି । ପ୍ରଭାତଙ୍କଠାରୁ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ। ଜମି କିଣାବିକା କିପରି ହୋଇଥିଲା? ଜମି ବାବଦକୁ କିପରି ଅର୍ଥ କାରବାର ହୋଇଥିଲା? କେସ୍ ଦେଇ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ ନା ଅନ୍‌ଲାଇନରେ ପଇସା ଦେଇଥିଲେ? ଏ ସବୁ ଦିଗ ଉପରେ ପ୍ରଭାତଙ୍କୁ ଇଡି ଅଧିକାରୀ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+