ମୁଁ କେବଳ ଡିଜାଇନ୍ ଦେଇଛି: ଆର୍କିଟେକ୍ଟ ରଞ୍ଜିତ ବେହେରା
ମୁଁ କେବଳ ଡିଜାଇନ୍ ଦେଇଛି: ଆର୍କିଟେକ୍ଟ ରଞ୍ଜିତ ବେହେରା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କୁ ଜେରା କରା ସରିଲାଣି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିଲେ କଳା ଟଙ୍କା । ଯେଉଁ ଟଙ୍କାରେ ଅର୍ଚ୍ଚନା ତୋଳିଥିଲେ ବିଳାଶପୂର୍ଣ୍ଣ ଘର ଏହଂ ଯାହାର ଘର ଏବଂ ଇଂଟେରିଅରର ଦାୟିତ୍ୱ ନେଇଥିଲେ ଆର୍କିଟେକ୍ଟ ରଞ୍ଜିତ ବେହେରା ।

ସୂଚନା ଅନୁସାରେ, ଗତ ଦୁଇ ଦିନ ହେବ ଲଗାତାର ରଞ୍ଜିତଙ୍କୁ ଇଡି ପକ୍ଷରୁ ଜେରା କରାଯାଉଛି । ଗତକାଲି ପ୍ରାୟ ୧୨ ଘଣ୍ଟା କାଳ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା ଇଡି । ପୁଣି ଆଜି ମଧ୍ୟ ରଞ୍ଜିତକୁ ଇଡି ଅଫିସରେ ହାଜର ହେବା ପାଇଁ ପଡିଥିଲା । ଆଜି ଇଡି ଅଫିସରୁ ବାହାରିବା ସମୟରେ ଗଣମାଧ୍ୟମକୁ ରଞ୍ଜିତ୍ କହିଥିଲେ ଯେ, ମୁଁ କିଛି ଅଧିକ କହି ପାରିବି ନାହିଁ, ମୁଁ କେବଳ ଡକ୍ୟୁମେଣ୍ଟ ଦେଇଥିଲି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅର୍ଚ୍ଚନାଙ୍କ ଓ ତାଙ୍କ ମଧ୍ୟରେ ଆର୍ଥିକ କାରବାରର ପ୍ରମାଣ ପାଇବା ପରେ ହିଁ ଇଡିରେ ହାଜର ହେବା ପାଇଁ ରଞ୍ଜିତଙ୍କୁ ସମନ ପଠାଯାଇଥିଲା ।












Click it and Unblock the Notifications