ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା, ମିଳିଲାନି ଅନ୍ତରୀଣ ସୁରକ୍ଷା
ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ କୋର୍ଟ । କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ସେପଟେ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ କୋର୍ଟ । କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ସେପଟେ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତଦନ୍ତରେ ଶ୍ରଦ୍ଧାଞ୍ଜଳି ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା। ଜାନୁଆରୀ ୧୭ ତାରିଖର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ଥିଲା। ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇ ସାରିଛନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପୁଣି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି କି ତଦନ୍ତରେ ସହଯୋଗ କରିବାକୁ ଚାହୁଁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଥିଲା।
ଆଜିଠୁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ୬ ଦିନିଆ ରିମାଣ୍ଡରେ ନେବ ଇଡି। ସେହିପରି ତାଙ୍କ ସ୍ୱାମୀ ଜଗବନ୍ଧୁ ୯ ଦିନ ରିମାଣ୍ଡରେ ଯିବେ। ନାଗ-ଚାନ୍ଦ ଦମ୍ପତିଙ୍କ ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲିବାକୁ ପ୍ରଥମେ ଉଭୟଙ୍କୁ ପୃଥକ ଭାବେ ଜେରା କରିବ ଇଡି। ପରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯିବ।












Click it and Unblock the Notifications