ଅର୍ଚ୍ଚନା ନାଗ ମାମଲା: ପୋଲିସକୁ କେସ୍ ଡାଏରି ମାଗିଲେ ହାଇକୋର୍ଟ
ଅର୍ଚ୍ଚନା ନାଗ ମାମଲା: ପୋଲିସକୁ କେସ୍ ଡାଏରି ମାଗିଲେ ହାଇକୋର୍ଟ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲା । କମିଶନରେଟ୍ ପୋଲିସକୁ କେସ୍ ଡାଏରି ମାଗିଲେ ହାଇକୋର୍ଟ । ଅର୍ଚ୍ଚନାଙ୍କ ଜାମିନ ପାଇଁ କେସ୍ ଡାଏରି ଦାଖଲ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି କେସକୁ ଅନୁଧ୍ୟାନ କରିବା ପରେ ହିଁ ହାଇକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ ପାରିବେ । ସୂଚନା ଅନୁସାରେ, ନୂଆପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅର୍ଚ୍ଚନା ।

ସେପଟେ ଆଜି ଅର୍ଚ୍ଚନା ନାଗଙ୍କ ସିଏଙ୍କୁ ୩ ଘଣ୍ଟା କାଳ ଜେରା କରିଛି ଇଡି । ଅର୍ଚ୍ଚନାଙ୍କ ଅର୍ଥନୈତିକ କାରବାର ସମ୍ପର୍କରେ ତାଙ୍କୁ ଅନେକ ପ୍ରଶ୍ନ କରାଯାଇଛି । ଅର୍ଚ୍ଚନାଙ୍କ ସିଏଙ୍କ ସୂଚନା ଅନୁସାରେ, କାର୍ ବିଜନେସ୍ ପାଇଁ ୨୦୨୧ ମସିହାରେ ଆଦିତ୍ୟ ପ୍ରଷ୍ଟିଦ ଆଗ୍ରୋ କମ୍ପାନୀ ଗଠନ କରିଥିଲେ ଅର୍ଚ୍ଚନା । ଏହି କମ୍ପାନୀ ୧୦ ଲକ୍ଷ ଟଙ୍କା ମୂଳଧନରେ ଆରମ୍ଭ ହୋଇଥିଲା ହେଲେ ସେଥିରେ କିଛି ଆର୍ଥିକ କାରବାର ହୋଇ ନଥିଲା । ବର୍ତ୍ତମାନ ରେଜିଷ୍ଟ୍ରାର ଅଫ୍ କମ୍ପାନୀ ଏହାକୁ ବନ୍ଦ କରିଦେଇଛି । ତେବେ ଆଜି ଖଗେଶ୍ୱରଙ୍କ ସିଏ ମଧ୍ୟ ଇଡିରେ ହାଜର ହୋଇଥିଲେ ।












Click it and Unblock the Notifications