ଆଜିଠୁ ୭ ଦିନିଆ ରିମାଣ୍ତରେ ଯିବେ ଅର୍ଚ୍ଚନା
ଆଜିଠୁ ୭ ଦିନିଆ ରିମାଣ୍ତରେ ଯିବେ ଅର୍ଚ୍ଚନା
ଭୁବନେଶ୍ୱର: ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ତରେ ନେବ ଇଡି । ଅର୍ଚ୍ଚନାଙ୍କୁ ରିମାଣ୍ତରେ ନେଇ ବହୁ ଅର୍ଥ କାରବାରର ଖୋଳତାଡ କରିବ ଇଡି । ଗତକାଲି କୋର୍ଟ ପକ୍ଷରୁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ତରେ ନେବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଅନୁମତି ମିଳିଛି । ହନିଟ୍ରାପ୍, ବ୍ଲାକମେଲିଂ, ଅର୍ଥ କାରବାରର ଉତ୍ସ ଖୋଜୁଛି ଇଡି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଅନେକ ବଡ ବଡ଼ିଆଙ୍କୁ ଇଡି ପକ୍ଷରୁ ଜେରା କରାଯାଇଛି । ଆଜିଠୁ ୭ ଦିନ ପାଇଁ ପୁଣି ଅର୍ଚ୍ଚନାଙ୍କୁ ଜେରା କରିବ ଇଡି । ତାଙ୍କ ଆୟର ଉତ୍ସ କ'ଣ । କେଉଁ ଲୋକ ମାନଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଏବଂ ସେ କିଭଳି କୋଟି ପତି ସାଜିଥିଲେ ଏପରି ଅନେକ ପ୍ରଶ୍ନର ଉତ୍ତର ଲେଡି ବ୍ଲାକମେଲରଙ୍କୁ ଦେବା ପାଇଁ ପଡିପାରେ । ଏହି ମାମଲାରେ ପୂର୍ବରୁ ୯ ଜଣଙ୍କୁ ଇଡି ଜେରା କରି ସାରିଛି । ଆଗାମୀ ଦିନରେ ଆହୁରୀ ୬ ଜଣଙ୍କୁ ଜେରା କରିବ ଇଡି । ଏହାରି ମଧ୍ୟରେ ଏହି ଘଟଣାର କିଛି ତଥ୍ୟ କମିଶନରେଟ୍ ପୋଲିସ ଇଡିକୁ ଦେଇଥିବା ନେଇ ସୂଚନା ରହିଛି ।
ସେପଟେ ସୋମବାର କୋର୍ଟରେ ହାଜରେ ହେବା ପରେ ଗଣମାଧ୍ୟକୁ ଦେଇଥିବା ଅର୍ଚ୍ଚନାଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅର୍ଚ୍ଚନା କହିଥିଲେ ଯେ, ତାଙ୍କୁ କଥା କହିବା ପାଇଁ ଦିଆଯାଉ ନାହିଁ, ତଦନ୍ତ ହେଲେ ହିଁ ସତ ବାହାରିବ, ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିଲା, ଅକ୍ଷୟ ପରିଜାଙ୍କଠୁ ସେ କିଛି ନେଇ ନାହଁନ୍ତି, କୋର୍ଟରେ ହାଜର ହୋଇ ବାହାରିବା ପରେ ଅର୍ଚ୍ଚନାଙ୍କ ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି ।












Click it and Unblock the Notifications