ଦ୍ୱିତୀୟ ଥର EDରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା
ଦ୍ୱିତୀୟ ଥର EDରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା
ଭୁବନେଶ୍ୱର: ଦ୍ୱିତୀୟ ଥର EDରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି । ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥିଲେ ରଞ୍ଜିତ । ଅର୍ଚ୍ଚନାଙ୍କ ଘର ଏବଂ ଇଂଟେରିଅର ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିବା ନେଇ ସୂଚନା ରହିଛି । ଆଜି ରଞ୍ଜିତ୍ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭବନା ରହିଛି । ସେହିପରି ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ସହ ମଧ୍ୟ ଅର୍ଚ୍ଚନାଙ୍କର ମୁହାଁମୁହିଁ ଜେରା କରାଯାଇପାରେ । ସେହିପରି ଜଣେ ଓକିଲଙ୍କ ଉପସ୍ଥିତିରେ ଅର୍ଚ୍ଚନାଙ୍କୁ ପଚରାଉଚରା କରିବ ଇଡି ।

ସେପଟେ ଆଜି ଅର୍ଚ୍ଚନା ରିମାଣ୍ତର ଦ୍ୱିତୀୟ ଦିନ । ଆଜି କେଉଁ କେଉଁ ଗୁମର ଖୋଲୁଛନ୍ତି ଅର୍ଚ୍ଚନା ତା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଗତକାଲି କ୍ୟାପିଟାଲ୍ ହସ୍ପିଟାଲରୁ ଆଣିବା ସମୟରେ ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ ଚହଳ ସୃଷ୍ଟି କରିଥିଲା । କମିଶନରେଟ୍ ପୋଲିସ ଉପରେ ବର୍ଷିବା ସହ ଅନେକ EXCLUSIVE ପ୍ରମାଣ ତାଙ୍କ ପାଖରେ ଅଛି, ସମୟ ଆସିଲେ ସବୁ ଦେଖାଇବେ ବୋଲି ସେ କହିଥିଲେ । ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ତରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ମାରାଥନ ଜେରା କରିବା ପରେ ଏହି ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ।












Click it and Unblock the Notifications