ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ
ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ
ଭୁବନେଶ୍ୱର: ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ୍ ବେହେରା । ଅର୍ଚ୍ଚନାଙ୍କ ବିଳାସମୟ ଘରକୁ ଡିଜାଇନ୍ କରିଥିଲେ ରଞ୍ଜିତ୍ । ଯେଉଁ ଥିରେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି । ଗତକାଲି ଅର୍ଚ୍ଚନାଙ୍କ ଘର ନିର୍ମାଣ କରିଥିବା ଠିକାଦାର ମଧ୍ୟ ହାଜର ହୋଇଥିଲେ । ଠିକାଦାର ପବିତ୍ର ପାତ୍ରଙ୍କୁ ୧୩ ଘଣ୍ଟା କାଳ ଜେରା କରିଥିଲା ଇଡି ।

ସେପଟେ ଆଜିଠୁ ଅର୍ଚ୍ଚନା ନାଗଙ୍କୁ ୭ଦିନିଆ ରିମାଣ୍ତରେ ନେବ ଇଡି । ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ତରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ପୁଣି ୧୩ ତାରିଖରେ ଅର୍ଚ୍ଚନାଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଚ୍ଚନାଙ୍କୁ ରିମାଣ୍ତରେ ନେବା ପାଇଁ ଭୁବନେଶ୍ୱର ଝାରପଡ଼ା ଜେଲରେ ଇଡି ଅଧିକାରୀ ପହଁଚିଛନ୍ତି । ଆସନ୍ତାକାଲି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ କୋର୍ଟରେ ହାଜର ହେବେ ।
ସୂଚନାଥାଉ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଅନେକ ବଡ ବଡ଼ିଆଙ୍କୁ ଇଡି ପକ୍ଷରୁ ଜେରା କରାଯାଇ ସରିଛି । ଆଜିଠୁ ୭ ଦିନ ପାଇଁ ପୁଣି ଅର୍ଚ୍ଚନାଙ୍କୁ ଜେରା କରିବ ଇଡି । ତାଙ୍କ ଆୟର ଉତ୍ସ କ'ଣ । କେଉଁ ଲୋକ ମାନଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଏବଂ ସେ କିଭଳି କୋଟି ପତି ସାଜିଥିଲେ ଏପରି ଅନେକ ପ୍ରଶ୍ନର ଉତ୍ତର ଲେଡି ବ୍ଲାକମେଲରଙ୍କୁ ଦେବା ପାଇଁ ପଡିପାରେ । ଏହି ମାମଲାରେ ପୂର୍ବରୁ ୯ ଜଣଙ୍କୁ ଇଡି ଜେରା କରି ସାରିଛି । ଆଗାମୀ ଦିନରେ ଆହୁରୀ ୬ ଜଣଙ୍କୁ ଜେରା କରିବ ଇଡି । ଏହାରି ମଧ୍ୟରେ ଏହି ଘଟଣାର କିଛି ତଥ୍ୟ କମିଶନରେଟ୍ ପୋଲିସ ଇଡିକୁ ଦେଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications