ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ

ଭୁବନେଶ୍ୱର: ଆଜି ପୁଣି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ । ତେବେ ଗତ କାଲି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ତ ଅବଧି ଶେଷ ହୋଇଥିଲା । ଆଜି କୋର୍ଟରେ ହାଜର କରି ଇଡି ପୁଣି ତାଙ୍କୁ ରିମାଣ୍ତରେ ନେବା ପାଇଁ ଆବେଦନ କରି ପାରେ ।

Archana Nag

ସେହିପରି ସ୍ୱାମୀ ଜଗବନ୍ଧୁକୁ ଆଜିଠୁ ରିମାଣ୍ତରେ ନେବ ଇଡି । ଉଭୟ ଅର୍ଚ୍ଚନା- ଜଗବନ୍ଧୁଙ୍କୁ ରିମାଣ୍ତରେ ଆଣି ମୁହାଁମୁହିଁ ଜେରା କରିପାରେ ଇଡି । ସେପଟେ ଖଣ୍ତଗିରି ଥାନାରେ ଦାୟର ମାମଲା ଅନୁସାରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଜଗବନ୍ଧୁ । ଭୁବନେଶ୍ୱର ସେସନ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁସାରେ, ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ତରେ ନେଇଥିଲା ଇଡି ହେଲେ ସେ ଏହି ମାମଲକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡିକୁ ଦେଇ ନାହଁନ୍ତି । ତଦନ୍ତରେ ଅର୍ଚ୍ଚନା ଇଡିକୁ ସହଯୋଗ କରିନଥିଲେ । ପୂର୍ବରୁ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଥିଲେ ଯେ ତାଙ୍କ ପାଖରେ ଅନେକ EXCLUSIVE ପ୍ରମାଣ ଅଛି, ସବୁ ପ୍ରକାର ତଥ୍ୟ ପ୍ରମାଣ ସହ ସେ ଦେବେ ହେଲେ ରିମାଣ୍ତ ଅବଧି ମଧ୍ୟରେ ସେ ଇଡିକୁ ଏଭଳି କୌଣସି ପ୍ରମାଣ ଦେଇ ନାହାଁନ୍ତି । ଯାହା ଏହି ମାମଲାକୁ ଦିଗହରା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+