ସିବିଆଇ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ: ଶ୍ରଦ୍ଧାଞ୍ଜଳିଙ୍କୁ କଲେ ଟାର୍ଗେଟ; କହିଲେ, ଆମେ ଭିତରେ, ସିଏ ବାହାରେ
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ସହଯୋଗୀ ଖଗେଶ୍ଵରଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଟାର୍ଗେଟ୍ କରିଛନ୍ତି ଅର୍ଚ୍ଚନା । ତାକୁ ଏଯାଏଁ କାହିଁକି ଗିରଫ କରାଯାଇ ନାହିଁ ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି ।
ଆଜି କୋର୍ଟରୁ ବାହାରିବାବେଳେ, ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି । କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥି ପାଇଁ ତାକୁ ଗିରଫ କରା ଯାଉନି ।

ପୂର୍ବରୁ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଥିଲା। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିଲା। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।












Click it and Unblock the Notifications