ଅର୍ଚ୍ଚନା ହନିଟ୍ରାପ୍ ମାମଲା: ଆଜି ଚାର୍ଜସିଟ୍ ଦାଖଲ କରିବ ପୋଲିସ
ଆଜି ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଜେଏମଏଫସି କୋର୍ଟରେ ୨୪ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଖଣ୍ତଗିରି ପୋଲିସ ।

୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ୍ ହୋଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ହୋଇଛି । ସେହିପରି CDR ଆନାଲିସିସ୍, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍, ହ୍ୱାଟ୍ସ ଆପ୍ ଚାଟ୍, ଫରେନସିକ୍ ରିପୋର୍ଟ ଥିବା ନେଇ ସୂଚନା ରହିଛି । ସେହିପରି ଚାର୍ଜସିଟରେ ଉଲ୍ଲେଖିତ ତଥ୍ୟ ଅନୁସାରେ, ପୋଲିସ ୩୪୧, ୩୨୮, ୩୨୪, ୩୫୪ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୬୬ଇ ଏବଂ ୬୭ ଦଫା ଲଗାଯାଇଛି ।
ସୂଚନାଥାଉ ଯେ,ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ମଧ୍ୟ ଚାର୍ଜସିଟ ଦାଖଲ କରିସାରିଛି । ସେହିପରି ସୋମବାର ଦିନ ଇଡି ମଧ୍ୟ ୨୨୪୧ ପୂଷ୍ଠାର ସମ୍ବଳିତ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିଛି । ଇଡି ଦାଖଲ କରିଥିବା ଚାର୍ଜସିଟରେ ୪ ଜଣ ଯଥା ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖେଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମ ରହିଛି । ଇଡି ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚର୍ଜସିଟ୍ ପ୍ରସ୍ତୁତ କରାଯାଇ ଥିବା ନେଇ ସୂଚନା ରହିଛି । ସେହିପରି ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କୁ ଧମକାଇବା ସହ ଟଙ୍କା ହଡପ କରିଥିବା ନେଇ ଇଡି ଦାଖଲ କରିଥିବା ଚାର୍ଜସିଟରେ ଲେଖା ଯାଇଛି । ଅନ୍ୟପଟେ ଇଡି ଆଶଙ୍କା କରୁଛି ଯେ, ଅର୍ଚ୍ଚନାର ଟଙ୍କା କାରବାର ଚେର ବିଦେଶକୁ ମଧ୍ୟ ଲମ୍ବି ଥାଇପାରେ। ତେଣୁ ଅଧିକ ତଦନ୍ତ ପାଇଁ କୋର୍ଟଙ୍କ ଅନୁମତି ମାଗିଛି । ଜବତ ହୋଇଥିବା ଅଭିଯୁକ୍ତଙ୍କ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବାକୁ ମଧ୍ୟ ଇଡି କୋର୍ଟଙ୍କ ଅନୁମତି ମାଗିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications