କୋଟାରେ ପୁଣି ଆତ୍ମହତ୍ୟା: ଜୀବନ ହାରିଲେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦୁଇ ଛାତ୍ର
କୋଟା: ରାଜସ୍ଥାନର କୋଟା ଦେଶର ଏକ ବଡ଼ ଶିକ୍ଷା କେନ୍ଦ୍ର । ଇଞ୍ଜିନିୟରିଂ, ମେଡିକାଲ କୋଚିଂ ହବ୍ କୁହାଯାଉଥିବା କୋଟା ସହରରେ ଏବେ ପାଲଟିଛି ଆତ୍ମହତ୍ୟା ହବ୍ । ଗତକାଲି କୋଟାର ଏକ କୋଚିଂ ସେଣ୍ଟରରେ NEET ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
ଜଣେ ଛାତ୍ର କୋଚିଂ ସେଣ୍ଟରରେ ଟେଷ୍ଟ ଦେବା ପରେ କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ମହାରାଷ୍ଟ୍ର ଲାତୁର ଜିଲ୍ଲାର ଅଭିଷ୍କାର କସଲେ । ଅଭିଷ୍କାର ଗତ ତିନିବର୍ଷ ଧରି କୋଟାରେ NEET ପାଇଁ କୋଚିଂ ନେଉଥିଲେ । ସେ ଛାତରୁ ଡେଇଁବା ସମୟର ଦୃଶ୍ୟ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଅନ୍ୟ ଜଣେ ମୃତ ଛାତ୍ର ହେଲେ ବିହାର ଆଦର୍ଶ ରାଜ୍ । ଆଦର୍ଶ ତାଙ୍କ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରୀକ୍ଷାରେ କମ୍ ନମ୍ବର ଆସିବା ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଦର୍ଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସଦ୍ୟତମ ରିପୋର୍ଟକୁ ମିଶାଇଲେ ଚଳିତ ବର୍ଷ ଏଯାବତ୍ 24 ଜଣ ଛାତ୍ରଙ୍କ ଜୀବନ ଯାଇ ସାରିଲାଣି । ଅଗଷ୍ଟ 16ରେ ମଧ୍ୟ ଏଠାରେ ଜଣେ କୋଚିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିଲେ ।












Click it and Unblock the Notifications