ପୁରୀ ସେବାୟତ ହତ୍ୟା ମାମଲାରେ ଆଉ ୩ ଅଭିଯୁକ୍ତ ଗିରଫ
ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ । ୩ ଅଭିଯୁକ୍ତ ଅଟକ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ।
ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ । ୩ ଅଭିଯୁକ୍ତ ଅଟକ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଅଟକ ରହିଥିବାର ସୂଚନା ମିଳିଛି । ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ପୁରୀ ପୋଲିସ ।

ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ । ଏମାନେ ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା । ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଏହି ଦୁଇ ଜଣ ଦେଇଥିଲେ ସୁପାରୀ । ପୁଲିସ କହିଛି, ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଆଉ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା ।
କାଳୁ ପାଣିଗ୍ରାହୀ, ମୁନା ପାତ୍ର, ସନ୍ଦୀପ ଜେନା ଓ ବାବା ମହାପାତ୍ରଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡର ଏହି ପ୍ଲାନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଦିଆଯାଇଥିଲା କାଳୁ ପାଣିଗ୍ରାହୀକୁ । ମୁନା ପାତ୍ର ବନ୍ଧୁକ ସପ୍ଲାଏ କରିବା ପାଇଁ ଦାୟିତ୍ୱ ନେଇଥିଲା । ହତ୍ୟା କରିବା ପରେ ଅପରାଧିଙ୍କୁ ଲୁଚାଇ ରଖିବା ଦାୟିତ୍ୱ ନେଇଥିଲା ସନ୍ଦୀପ ଜେନା । ଆଉ ଗୁଳିକାଣ୍ଡ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲା ବାବା ମହାପାତ୍ର ।












Click it and Unblock the Notifications