ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ବିନା ବ୍ୟବଚ୍ଛେଦ ରିପୋର୍ଟରେ ହେବନି ଶେଷକୃତ୍ୟ
ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଏଯାଏଁ ଆସିନି ଅନ୍ତିମ ବ୍ୟବଚ୍ଛେଦ ରିପୋର୍ଟ। ତେଣୁ ବିନା ବ୍ୟବଚ୍ଛେଦ ରିପୋର୍ଟରେ ଶେଷକୃତ୍ୟ କରିବା ପାଇଁ ମନା କରିଛନ୍ତି ଅଙ୍କିତାଙ୍କ ପରିବାର ।
ଡେରାଡୁନ: ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ଉତ୍ତରାଖଣ୍ଡ । ବର୍ତ୍ତମାନ ଏହି ଘଟଣାରେ ଆଉ ଏକ ନୂତନ ତଥ୍ୟ ଆସିଛି । ଏବେ ଅଙ୍କିତା ଭଣ୍ଡାରୀଙ୍କ ଭାଇ ଅଜୟ ସିଂ ଭଣ୍ଡାରୀଙ୍କ କହିବା ଅନୁସାରେ, ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଅଙ୍କିତାଙ୍କ ଅନ୍ତିମ ପୋଷ୍ଟମର୍ଟମ ରିପୋର୍ଟ ମିଳିନାହିଁ , ସେବେ ଯାଏଁ ଅନ୍ତିମ ସଂସ୍କାର ହେବ ନାହିଁ। ପୂର୍ବରୁ ଆମେ କେବଳ ଅସ୍ଥାୟୀ ପୋଷ୍ଟମର୍ଟମ ରିପୋର୍ଟ ଦେଖିଛୁ । ଯେଉଁଥିରେ ତାଙ୍କୁ ମାଡମାରି ନଦୀରେ ଫିଙ୍ଗି ଦିଆଯାଇଥିବା ନେଇ ଉଲ୍ଲେଖ ରହିଥିଲା । କିନ୍ତୁ ଆମେ ଅନ୍ତିମ ରିପୋର୍ଟକୁ ଅପେକ୍ଷା କରିଛୁ । ଏହା ନପାଇବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯିବ ନାହିଁ ।

ଚଳିତ ମାସ 18 ତାରିଖରେ ଅଙ୍କିତା ଭଣ୍ଡାରୀଙ୍କୁ ଋଷିକେଶର ବନତାରା ରିସର୍ଟରୁ ଅଣାଯାଇଥିବା ଜଣାପଡିଥିଲା । ଏହା ପରେ ଶନିବାର ସକାଳୁ ଋଷିକେଶର ଚିଲା କେନାଲରୁ ଅଙ୍କିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହି ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଦଳ ଗଠନ କରାଯାଇଛି। ତଦନ୍ତ ବେଳେ ଟିମ ହାତରେ ଲାଗିଛି ହ୍ବାଟ୍ସଆପ ଚାଟ୍ ।
#AnkitaBhandari murder case | We won't conduct her last rites until her post-mortem report is given. We saw in her provisional report that she was beaten up & was thrown in a river. But we're awaiting the final report: Ajay Singh Bhandari, brother of Ankita Bhandari#Uttarakhand pic.twitter.com/PfFi0FuQs9
— ANI UP/Uttarakhand (@ANINewsUP) September 25, 2022
ଚାଟ୍ ରେ ଅଙ୍କିତା ତାଙ୍କ ବନ୍ଧୁଙ୍କୁ ଲେଖିଛନ୍ତି ଯେ ସେ କାମ କରୁଥିବା ରିସୋର୍ଟର ମାଲିକ ଅତିଥିଙ୍କୁ 'ସ୍ୱତନ୍ତ୍ର ସେବା' ଦେବାକୁ ତାଙ୍କ ଉପରେ ଚାପ ପକାଉଛନ୍ତି। ହତ୍ୟା ମାମଲା ଦାୟିତ୍ୱରେ ଥିବା ଏସଆଇଟି ଡିଆଇଜି ପିଆର ଦେବୀ କହିଛନ୍ତି, "ରିସର୍ଟର ପ୍ରତ୍ୟେକ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ପଚରାଉଚରା କରାଯାଉଛି । ଏଥିସହିତ ରିସର୍ଟର ପୃଷ୍ଠଭୂମିର ସମ୍ପୂର୍ଣ୍ଣ ବିଶ୍ଳେଷଣ କରୁଛୁ । ଖୁବ ଶୀଘ୍ର ଅନ୍ତିମ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ମିଳିବା ନେଇ ଆଶା କରୁଛୁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications