ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ମିଳିଲାନି ଦୁଷ୍କର୍ମ ପ୍ରମାଣ
ଅଙ୍କିତାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ମିଳି ନାହିଁ। ତେବେ ହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଡେରାଡୁନ: ଋଷିକେଶର ରିସର୍ଟ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ନୂଆ ମୋଡ। ହତ୍ୟା ପରେ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ ମୃତାଙ୍କ ପରିବାର। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ,କାରଣ ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା।

ଏହି ଘଟଣାରେ ଉତ୍ତରାଖଣ୍ଡ ବିଜେପି ନେତା ବିନୋଦ ଆର୍ଯ୍ୟାଙ୍କ ପୁଅ ପୁଲକିତ ଆର୍ଯ୍ୟା ଋଷିକେଶରେ ଚଳାଉଥିବା ଏକ ରିସର୍ଟରେ କାମ କରୁଥିଲେ ମୃତା ଅଙ୍କିତା। ଅଙ୍କିତାଙ୍କୁ ରିସର୍ଟରେ ଆସିଥିବା ଗେଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ସେବା(ବେଶ୍ୟାବୃତ୍ତି) ଯୋଗାଇବାକୁ ବାଧ୍ୟ କରାଯାଇଥିଲା। ହେଲେ ସେ ରାଜି ନ ହେବାରୁ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରି କେନାଲ୍ରେ ପିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। ଅଙ୍କିତା ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ମାମଲା ଦେଇଥିଲେ। ଏହାର 6 ଦିନ ପରେ ପୁଲିସ ତାଙ୍କ ମୃତଦେହକୁ ଋଷିକେଶ ନିକଟସ୍ଥ ଚୀଲା କେନାଲ୍ରୁ ଉଦ୍ଧାର କରିଥିଲା। ରିସର୍ଟ ମାଲିକଙ୍କୁ ଗିରଫ କରି ତଦନ୍ତ ଚାଲିଛି।












Click it and Unblock the Notifications