Get Updates
Get notified of breaking news, exclusive insights, and must-see stories!

'ବୋଡାସାପ'କୁ ରିମାଣ୍ଡରେ ନେବ ସିବିଆଇ: ଝାରପଡା ଜେଲରେ ହେବ ଟିଆଇ ପରେଡ୍

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି ।

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି ।

Biban Biswal

ଆସନ୍ତା 4 ଓ 5 ତାରିଖ ଦୁଇ ଦିନ ପାଇଁ ବିବନକୁ CBI ରିମାଣ୍ଡରେ ନେବ । ତେବେ ବିବନକୁ 5 ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିବା ବେଳେ କୋର୍ଟ କେବଳ ଦୁଇ ଦିନ ନେବାକୁ ଅନୁମତି ଦେଇଛନ୍ତି ।

ଅନ୍ୟପଟରେ ଝାରପଡା ଜେଲରେ ବିବନର ହେବ ଟିଆଇ ପରେଡ୍ । ଆସନ୍ତାକାଲି ବୁଧବାର ଝାରପଡ଼ା ଜେଲରେ ଆଇଡେଣ୍ଟିଫିକେସନ୍ ପରେଡ୍ ହେବ । JMFC ସୃଜାଲିନ୍ ମହାନ୍ତି ଏହି ଟିଆଇ ପରେଡ୍ କରାଇବେ । ଏଠାରେ ସୂଚନାଥାଉକି, ଗତ ଫେବୃଆରୀ 22ରେ ଏହି ବହୁ ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ମୁମ୍ବାଇରେ ଛଦ୍ମନାମରେ ଲୁଚି ରହିଥିବା ବେଳେ କମିଶନରେଟ୍ ପୁଲିସ ତାକୁ ଗିରଫ କରିଥିଲା । ଏଥିପାଇଁ ଅପରେସନ୍ ବୋଡା ସାପ କରିଥିଲା କମିଶନରେଟ୍ ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+