ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । କମିଶନରେଟ ପୋଲିସ ପକ୍ଷରୁ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

ଭୁବନେଶ୍ୱର: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । କମିଶନରେଟ ପୋଲିସ ପକ୍ଷରୁ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦିଆଯାଇଛି । ବୀରେନ୍ଦ୍ର ଓ ମଞ୍ଜିତଙ୍କ ନାଁରେ ହତ୍ୟା ଅଭିଯୋଗ ଥିଲା । ଆନନ୍ଦଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା ।
ସେପଟେ ମୃତ୍ୟୁ ଆତ୍ମହତ୍ୟା ଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ମୃତ୍ୟୁ ଘଟଣାରେ ବୀରେନ୍ଦ୍ର ଲାକ୍ରା ଓ ଜଣେ ବାନ୍ଧବୀଙ୍କ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ ତାଙ୍କ ବାପା । ଏନେଇ ହାଇକୋର୍ଟରେ ଅପିଲ ପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବର୍ତ୍ତମାନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି ।
ସୂଚନାଥାଉ କି, ଗତ ଫ୍ରେବୁଆରି ୧୨ତାରିଖରେ ଇନ୍ଫୋସିଟି ଥାନା ପୁଲିସ 'ଆୟୁଷ ରେଡିୟମ ଫ୍ଲାଟ୍ ନଂ-୪୦୧'ରେ ଆନନ୍ଦଙ୍କର ଝୁଲନ୍ତା ମୃତଦେହ ଜବତ କରିଥିଲା । କିନ୍ତୁ ପରିବାର ଲୋକ ଆନନ୍ଦଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥିଲେ । ତାଙ୍କ ପୁଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏ ସଂପର୍କରେ ଇନ୍ଫୋସିଟି ଥାନାରେ ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ବି ଆଣିଥିଲେ । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।












Click it and Unblock the Notifications