ହାତ ଗୋଡ଼ ବାନ୍ଧି ମୁଣ୍ଡ ଉପରେ ଗାଡ଼ି ଚଢ଼ାଇଦେଲେ!
ଉଦ୍ଧାର ହୋଇଥିବା ଯୁବକଙ୍କ ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି।
ଝାରସୁଗୁଡା: ଝାରସୁଗୁଡା-ସୁନ୍ଦରଗଡ ରାସ୍ତାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି।

ତେବେ ହାତ ଗୋଡ଼ ବାନ୍ଧି ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ଏହା ହତ୍ୟାକାଣ୍ଡ ନା ଆଉ କିଛି କାରଣ ତାହା ଜଣାପଡି ନାହିଁ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications