ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୋଲିସ କବଜାରେ 5 ଅଭିଯୁକ୍ତ
ହାଇଦ୍ରାବାଦର ଜୁବିଲି ହିଲ୍ସରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି।
ହାଇଦ୍ରାବାଦ: ହାଇଦ୍ରାବାଦର ଜୁବିଲି ହିଲ୍ସରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି।

ଗଣ ଦୁଷ୍କର୍ମ ଘଟଣା ରାଜନୈତିକ ସ୍ତରରେ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ଏବଂ ବିଜେପି ସମେତ ବିରୋଧୀ ଦଳମାନେ କିଛି ଅଭିଯୁକ୍ତଙ୍କୁ ରକ୍ଷା କରୁଥିବା ନେଇ ଟିଆରଏସ ବିରୋଧରେ ଅଭିଯୋଗ ଆଣିଥିଲେ ।
ଶୁକ୍ରବାର ରାତିରେ ସାମ୍ବାଦିକ ସମ୍ମିଳନୀରେ କରି ଡେପୁଟି କମିଶନର ଅଫ୍ ପୋଲିସ ଜୋଏଲ୍ ଡେଭିସ୍ କହିଛନ୍ତି, ପୀଡିତାଙ୍କ ପିତା ଅଭିଯୋଗ କରିବା ପରେ ପୋକ୍ସୋ ଆଇନର ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ତଦନ୍ତ ଆରମ୍ଭ ହେବା ସହ ପ୍ରଥମେ ଜଣେ ଏବଂ ଆଜି ଆଉ 4 ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି ।












Click it and Unblock the Notifications