ଫିଟୁଛି 'ପାଠକ' ଗୁମର : ପୁଅ ବାହଘର ଖର୍ଚ୍ଚ ପାଇଁ ବଜେଟ୍ 10 କୋଟି
ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଭୁବନେଶ୍ୱର : ବେଆଇନ୍ ଅର୍ଥ କାରବାରରେ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ତିନି ତିନିଆ ରିମାଣ୍ଡରେ ନେଇଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଏହି ତିନି ଦିନିଆ ରିମାଣ୍ଡ ଅବଧି ସମୟରେ ଦୁଇ ଜଣଙ୍କୁ ଜେରାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟରୁ ସବୁଠୁ ଚର୍ଚ୍ଚିତ ତଥ୍ୟ ଯାହା ଆସିଛି ତାହା ହେଲା ଆକାଶ ପାଠକଙ୍କ ବାହାଘରକୁ ନେଇ । ଆକାଶ ପାଠକଙ୍କ ବାହାଘର ପାଇଁ 10 କୋଟି ଟଙ୍କାର ଏକ ବିଗ୍ ବଜେଟ୍ ପ୍ରସ୍ତୁତ ହୋଇଥିଲା । ଏଟାରେ କହି ରଖୁଛୁ କି ଆକାଶ ପାଠକ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଝିଅଙ୍କୁ ବିବାହ କରିଥାନ୍ତେ ।

ସେହିପରି ପୁଅ ପାଠ ପଢାରେ 20 ଲକ୍ଷ, ଝିଅ ପାଠ ପଢା ବାବଦରେ 90 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଜେରା ସମୟରେ ଜଣାପଡିଛି । 2014ରେ ଅଭୟକାନ୍ତଙ୍କ ଠାରୁ ଆକାଶଙ୍କ ଆକାଉଣ୍ଟକୁ 38 ଲକ୍ଷ ଟଙ୍କା ଆସିଥିଲା ।
ଅପରପକ୍ଷରେ ଅଭୟକାନ୍ତଙ୍କ ସମୟରେ 3 ବର୍ଷରେ ବନୀକରଣରେ ଖର୍ଚ୍ଚ ହୋଇଛି 600 କୋଟି ଟଙ୍କା । ସାରା ଭାରତରେ ଏହି ପାଠକ ପରିବାରର ଚେର ଲମ୍ବିଥିବା ଏହି ଜେରାରୁ ଜଣାପଡିଛି । ଯାହାର ପ୍ରମାଣ ହେଉଛି ବିହାରର ପାଟଣାରେ ରହୁଥିବା ପାଠକ ପରିବାରର ସମ୍ପର୍କୀୟଙ୍କ ଘରେ ଚଢାଉ । ଅନେକ ବେଆଇନ୍ ଆକାଉଣ୍ଟରେ ଏହି ପାଠକ ବାପ-ପୁଅ ଟଙ୍କା ନେଇଦେଣ କରୁଥିବା ସୁରାକ ପାଇଛି ଭିଜିଲାନ୍ସ । ଏସଇଟି ଏହି ସମସ୍ତ ଦିଗ ଉପରେ ତଦନ୍ତ ଜାରି ରଖିଥିବା ସୂତ୍ରରୁ ଜଣାପଡିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications