‘ବୁଲ୍ଲି ବାଈ’ ପରେ ଧରାପଡିଲା ‘ସୁଲ୍ଲି ଡିଲ୍ସ’ ଆପର ମାଷ୍ଟରମାଇଣ୍ଡ, ସଂଖ୍ୟାଲଘୁ ମହିଳାଙ୍କୁ କରୁଥିଲା ଟାର୍ଗେଟ
ବୁଲିବାଇ ଆପ୍ କ୍ରିଏଟର ଗିରଫ ପରେ ଆଉ ଏକ ଆପ ସୁଲ୍ଲି ଡିଲ୍ସର କ୍ରିଏରକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ । ସୁଲ୍ଲି ଡିଲ୍ସ ଆପ୍ କ୍ରିଏଟରକୁ ଇନ୍ଦୋରରୁ ଗିରଫ କରିଛି ପୋଲିସ ।
ନୂଆଦିଲ୍ଲୀ: ବୁଲିବାଇ ଆପ୍ କ୍ରିଏଟର ଗିରଫ ପରେ ଆଉ ଏକ ଆପ ସୁଲ୍ଲି ଡିଲ୍ସର କ୍ରିଏରକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ । ସୁଲ୍ଲି ଡିଲ୍ସ ଆପ୍ କ୍ରିଏଟରକୁ ଇନ୍ଦୋରରୁ ଗିରଫ କରିଛି ପୋଲିସ । ଦିଲ୍ଲୀ ପୋଲିସର ସାଇବର କ୍ରାଇମ୍ ୟୁନିଟ୍ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ନିଲାମ କରୁଥିବା ଏହି ଆପ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଉଛି ୨୫ ବର୍ଷୀୟ ଓଙ୍କାରେଶ୍ୱର ଠାକୁର। ସେ ମଧ୍ୟପ୍ରଦେଶ ନ୍ୟୁୟର୍କ ସିଟି ଟାଉନ୍ସିପର ବାସିନ୍ଦା। ପୋଲିସ ଆଜି ଏହି ଅଭିଯୁକ୍ତ ଜଣକୁ ତାଙ୍କ ଘରୁ ଉଠାଇ ଆଣିଛି। ଏହି ବିସିଏ ଛାତ୍ର ଜଣକ ଗତ ବର୍ଷ ଜୁଲାଇ ମାସରେ 'ସୁଲ୍ଲି ଡିଲ୍ସ' ଆପ୍ ତିଆରି କରିଥିଲା। ଏହି ଆପ୍ ଜରିଆରେ ମୁସଲିମ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା।
ଗିରଫ ହେବା ପରେ ଏହି ଆପରେ ଆହୁରି ଅନେକ ଲୋକ ସାମିଲ ଥିବା କହିଛି ଓମକେଶ୍ୱର । ତେଣୁ ପୋଲିସ ଛାନବିନ୍ ଜାରି ରଖିଛି । ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ସେ ସ୍ୱୀକାରୀ କରିଛି ଯେ, ସେ ଟ୍ୱିଟରରେ ଏକ ଟ୍ରେଡ୍ ଗ୍ରୁପର ସଦସ୍ୟ ଥିଲା ଏବଂ ମୁସଲମାନ ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ବାଣ୍ଟୁଥିଲା।
ସୂଚନା ମୁତାବକ, ବୁଲ୍ଲି ବାଈ ଆପ୍ ସୃଷ୍ଟି କରିଥିବା ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇ ୭ ଦିନ ଧରି ସ୍ପେଶାଲ୍ ସେଲର ଆଇଏଫଏସଓ ୟୁନିଟର ହେପାଜତରେ ଅଛି। ଅଭିଯୁକ୍ତକୁ ପଚରାଉଚରା ପରେ ପୋଲିସ ସୁଲ୍ଲି ଡିଲ୍ସ ମାମଲାରେ ଇନ୍ଦୋରରୁ ଓଙ୍କାରେଶ୍ୱର ଠାକୁରଙ୍କୁ ଗିରଫ କରିଥିଲା।












Click it and Unblock the Notifications