ଟଙ୍କା ଫେରସ୍ତ ନେଇ ମହିଳାଙ୍କୁ ଏସିଡ ମାଡ଼ !
କଟକ ଜିଲ୍ଲାର ଟିଗିରିଆ ପୋଲିସ୍ ସୀମା ଅନ୍ତର୍ଗତ ନୁଆପାଟନା ଗ୍ରାମରେ ଜଣେ ମହିଳାଙ୍କୁ ଏସିଡ୍ ମାଡ। ଘରେ ପଶି ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ ମାନେ। ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ରିନା ସାହୁ ବୋଲି ଜଣା ପଡିଛି।
କଟକ: କଟକ ଜିଲ୍ଲାର ଟିଗିରିଆ ପୋଲିସ୍ ସୀମା ଅନ୍ତର୍ଗତ ନୁଆପାଟନା ଗ୍ରାମରେ ଜଣେ ମହିଳାଙ୍କୁ ଏସିଡ୍ ମାଡ। ଘରେ ପଶି ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ ମାନେ। ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ରିନା ସାହୁ ବୋଲି ଜଣା ପଡିଛି। ମହିଳା ଜଣଙ୍କ ତାଙ୍କ ଘରେ ଥିବାବେଳେ ଭୋର୍ ୪ ଟା ବେଳେ କିଛି ଲୋକ ଘରେ ଜୋର୍ ଜବରଦସ୍ତ ପଶିଥିଲେ ।।ଏହାପରେ ହଠାତ୍ ମହିଳାଙ୍କ ଉପରେ ଏସିଡ୍ ଫିଙ୍ଗି ଚାଲି ଯାଇଥିଲେ।\

ମହିଳା ଜଣଙ୍କ ଯନ୍ତ୍ରଣାରେ ପାଟି କରିବା ପରେ ପରିବାର ଲୋକଙ୍କ ସମେତ ସେହି ପଡିଶା ମଧ୍ୟ ଏକାଠି ହୋଇଥିଲେ। ଅନ୍ୟପଟେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରିନାଙ୍କୁ ଉଦ୍ଧାର କରି ଟିଗିରିଆ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରିଥିଲା । କିନ୍ତୁ ପରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଋଣ ପ୍ରସଙ୍ଗରେ ତାଙ୍କୁ ଚାରି ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସେ ଅନେକ ଦିନ ହେବ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା ଋଣ ନେଇଥିଲେ । ଫଳରେ ତାଙ୍କୁ କିଛି ପଇସା ଫେରିବାର ବାକି ଥିଲା। ଏହି କଥା ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି। ରିନାଙ୍କ ଶରୀରରେ ପ୍ରାୟ 50 ପ୍ରତିଶତ ଜଳି ଯାଇଛି। ବର୍ତ୍ତମାନ ସେ ବଡ ମେଡିକାଲରେ ଥିବା ସର୍ଜରୀ ୱାର୍ଡ ରେ ଚିକିତ୍ସିତ ହେଉଛନ୍ତି।












Click it and Unblock the Notifications