ଆଇଫୋନ୍ ପାଇଁ ହତ୍ୟା, ଘରେ ମୃତ ଦେହକୁ ୩ ଦିନ ରଖିବା ପରେ ପଟ୍ରୋଲ ଢାଲି ଜଳାଇଲା ଅଭିଯୁକ୍ତ
ପ୍ରଥମେ ଅନଲାଅନ୍ ଆପ୍ ଫ୍ଲିପକାର୍ଟରୁ ଅର୍ଡର କଲେ ୪୬ ହାଜରର ଆଇଫୋନ୍ । ଠିକ୍ ସମୟରେ ଡେଲିଭରି ବୟ ହାତରେ ଆଣି ଦେଲା ମନ ପସନ୍ଦର ଫୋନ୍ । ହେଲେ କିଛି ସମୟ ମଧ୍ୟରେ ଡେଲିଭରୀ ବୟର ହୋଇଗଲା ହତ୍ୟା ।

ଆଇଫୋନ୍ ପାଇଁ ହତ୍ୟା
Crime news:ଶୌକ ପୂରଣ କରିବା ପାଇଁ ହତ୍ୟା । ଆଜି ତାରିଖରେ ଯୁବପିଢିଙ୍କୁ ଘାରିଛି ଆଇଫୋନ୍ ନିଶା । ପ୍ରତ୍ୟେକ ବୟସର ବ୍ୟକ୍ତି ହାତର ଆଇଫୋନଟିଏ ଧରିବା ପାଇଁ ଚାହିୁଁଛି । ହେଲେ ମୂଲ୍ୟବାନ ଫୋନ୍ କିଣିବା ପାଇଁ ଅନେକଙ୍କ କ୍ଷେତ୍ରରେ ବାଧକ ସାଜୁଛି ଟଙ୍କା । ଯେଉଁଥି ପାଇଁ ଲୋକ ଚୋରୀ, ମର୍ଡର ପରି ଅପରାଧ କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ଏପରି ଘଟଣା ଘଟିଜାଇଛି କର୍ଣ୍ଣାଟକ ଆର୍ସିକେ ସହରରେ ।
ପ୍ରଥମେ ଅନଲାଅନ୍ ଆପ୍ ଫ୍ଲିପକାର୍ଟରୁ ଅର୍ଡର କଲେ ୪୬ ହାଜରର ଆଇଫୋନ୍ । ଠିକ୍ ସମୟରେ ଡେଲିଭରି ବୟ ହାତରେ ଆଣି ଦେଲା ମନ ପସନ୍ଦର ଫୋନ୍ । ହେଲେ କିଛି ସମୟ ମଧ୍ୟରେ ଡେଲିଭରୀ ବୟର ହୋଇଗଲା ହତ୍ୟା ।
୨୩ ବର୍ଷୀୟ ଡେଲିଭରୀ ବୟର ହତ୍ୟା
କର୍ଣ୍ଣାଟକ ଆର୍ସିକେ ସହର ହାସନ ଜିଲ୍ଲାର ୨୦ ବର୍ଷୀୟ ଯୁବକ ହେମନ୍ତ ଦତ୍ତା ଏକ ଆଇଫୋନ୍ ଅର୍ଡର କରିଥିଲେ । ଯାହା ଠିକ୍ ଟାଇମରେ ତାଙ୍କ ଘର ପାଖରେ କ୍ୟାସ୍ ଅନ୍ ଡେଲିଭରୀ କରିବା ପାଇଁ ପହଁଚିଥିଲେ ୨୩ ବର୍ଷୀୟ ଜଣେ ଡେଲିଭରୀ ବୟ । ହେମନ୍ତ ଦତ୍ତାଙ୍କ ହାତକୁ ଫୋନଟି ବଢାଇ ଦେଇ ଘରେ ବାହାରେ ୪୬ହଜାର ଟଙ୍କା ନେବା ପାଇଁ ଅପେକ୍ଷା କରିଥିଲେ ଡେଲିଭରୀ ବୟ । ଟଙ୍କା ଆଣିବା ପାଇଁ ଘର ଭିତରକୁ ଯାଇ ପୁଣି ଖାଲି ହାତରେ ଫେରିଆସିଥିଲେ ହେମନ୍ତ ଏବଂ ଡେଲିଭରୀ ବୟକୁ ଘର ଭିତକୁ ଆସି କିଛି ସମୟ ଅପେକ୍ଷା କରିବା ପାଇଁ କହିଥିଲେ । ହେମନ୍ତଙ୍କ ପ୍ଲାନ୍ ଅନୁସାରେ ଡେଲିଭରୀ ବୟମଧ୍ୟ ଘର ଭତରକୁ ଯାଇଥିଲେ ହେଲେ ଟଙ୍କା ବଦଳରେ ଅଭିଯୁକ୍ତ ହେମନ୍ତ ତାଙ୍କ ଉପରକୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡେଲିବରୀ ବୟଙ୍କର ମୃତ୍ୟୁ ହୋଇଯାଇଥିଲା ।
ଗିରଫ ହେଲା ଅଭିଯୁକ୍ତ
ସୂଚନାଥାଉ ଯେ, ଆଇଫୋନ୍ କିଣିବା ପାଇଁ ହେମନ୍ତଙ୍କ ପାଖରେ ଟଙ୍କା ନଥିଲା ଯେଉଁଥି ପାଇଁ ସେ ଡେଲିବରୀ ବୟର ହତ୍ୟା କରିଥିଲା । ହତ୍ୟା କରିବା ପରେ ସେ ତିନି ଦିନ ଶବରୁ ଘରେ ରଖିଥିଲା । ପେବ୍ରୁଆରୀ ୧୧ରେ ସେ ଆସିକେ ରେଲୱେ ଷ୍ଟେସନ ଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ଡେଲିଭରୀ ବୟର ମୃତ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲା ଅଭିଯୁକ୍ତ ହେମନ୍ତ । ଡେଲିଭରୀ ବୟ ନିଖୋଜ ହେବା ନେଇଁ ତାଙ୍କ ଭାଇ ମଞ୍ଜୁ ନାୟକ ଅଭିଯୋଗ କରିଥିଲେ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା । ଛାନବିନ୍ନ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ଏବଂ ୨୦ ବର୍ଷୀୟ ହେମନ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କିରିଛି ।












Click it and Unblock the Notifications