ପୋଲିସକୁ ଚକମା ଦେଇ କୋର୍ଟ ପରିସରରୁ ଚମ୍ପଟ ହେଲା ହତ୍ୟା ମାମଲାର ଦୋଷୀ
ସମ୍ବଲପୁର : ହତ୍ୟା ମାମଲାରେ ଜଣେ ଦୋଷୀ କୋର୍ଟରୁ ଚମ୍ପଟ। ଆଇନ ଆଖିରେ ଧୂଳି ଦେଇ ଖସିଗଲା ଦୋଷୀ। ସମ୍ବଲପୁର କୋର୍ଟ ପରିସରରୁ ପୁଲିସ ହେପାଜତରୁ ଖସି ଯାଇଛି ଜଣେ ଦୋଷୀ ଗୁଲଗୁଲା ଖାଁ। ୨୦୦୧ରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିଲା।
ଗୁଲଗୁଲା ଖାଁ କୋର୍ଟ ପରିସରରେ ଉପସ୍ଥିତ ଥିବା ବେଳେ ସେ ଶୌଚାଳୟ ଯିବାକୁ ଅନୁମତି ମାଗିଥିଲା। ଶୌଚାଳୟ ବାହାରେ ଜଣେ ପୁଲିସ କର୍ମଚାରୀ ଜଗି ରହିଥିବା ବେଳେ ସେ ଭିତରକୁ ଯାଇଥିଲେ। କିନ୍ତୁ ଅପରାଧୀ ଗୁଲଗୁଲା ଶୌଚାଳୟର ସ୍କାଏଲାଇଟ୍

ସେ ଖସି ପଳାଇଥିବା ଜାଣିବା ପରେ ପୋଲିସ କୋର୍ଟ ପରିସରରେ ଖୋଜାଖୋଜି କରିଥିଲା। ହେଲେ ତାର କୌଣସି ପତ୍ତା ପାଇନଥିଲା ପୁଲିସ। ଶୌଚାଳୟ ବାହାରେ ପୁଲିସ ଥିବା ବେଳେ ସେ ସ୍କାଏଲାଇଟ୍ ଭାଙ୍ଗି ପଳାଇଥିଲା।
୨୦୦୧ରେ ଜେଲ ଦଣ୍ଡ ଭୋଗିଥିଲା ବେଳେ ୨୦୧୦ରେ ତାଙ୍କୁ ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଥିଲା। ସର୍ତ୍ତ ଥିଲା ଯେ ତାଙ୍କୁ କୋର୍ଟ ଡକାଇଲେ କୋର୍ଟରେ ହାଜର ହେବାକୁ ପଡ଼ିବ। ତେବେ ସମନ ତାରିଖରେ ଗୁଲଗୁଲା ହାଜର ନହେବାରୁ କୋର୍ଟ ତାଙ୍କୁ ଗିରଫ କରିବା ପାଇଁ ଓ୍ୱାରେଣ୍ଟ ଜାରି କରିଥିଲେ।
ବୁଧବାର ରାତିରେ ସମ୍ବଲପୁର ଟାଉନ ଥାନାର ଏକ ଟିମ୍ ତାଙ୍କୁ ଗିରଫ କରିଥିଲା । ଗୁରୁବାର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିବାକୁ ନେଇଥିଲା। ହେଲେ ପୋଲିସ ହେପାଜାତରୁ ସେ ଖସି ପଳାଇଛି।












Click it and Unblock the Notifications