ଗୁଡି ମାଞ୍ଜା ସୂତା ଯୋଗୁଁ ବଢି ଚାଲିଛି ଦୁର୍ଘଟଣା, କଟକ ପରେ ପୁରୀରେ ଘଟିଲା ଅଘଟଣ
ପୁରୀ: ମକର ସଂକ୍ରାନ୍ତି ସମୟରେ ଗୁଡି ଉଡାଇବା ପର୍ବ ଆରମ୍ଭ ହେଉଥିବା ବେଳେ ଏଥିଯୋଗୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଦେଖିବାକୁ ମିଳୁଛି। ଗତକାଲି କଟକରେ ମାଞ୍ଜା ସୂତା କଟି ଜଣକ ମୃତ୍ୟୁ ହୋଇଥିବା ଖବର ପରେ ଆଉ ଏକ ଅଘଟଣ ଘଟିଛି ପୁରୀରେ। ପୁରୀରେ ଜଣେ ବ୍ୟକ୍ତିଙ୍କ ମାଞ୍ଜା ସୂତା ଯୋଗୁ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି ।

ନିଜ ଅସୁସ୍ଥ ପୁଅ ପାଇଁ ଜଣେ ବ୍ୟକ୍ତି ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ମାଞ୍ଜା ସୂତା ଲାଗି ତାଙ୍କର ବେକ କଟି ଯାଇଛି। ବ୍ୟକ୍ତି ଜଣକ ହେଉଛନ୍ତି ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଡ଼ାକ୍ତରଖାନା ଛକସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ମାଞ୍ଜା ସୂତା ଲଗାଇ ଗୁଡି ଉଡାଇବା ନେଇ କଟକଣା ଜାରି ହୋଇଥିବା ବେଳେ ରାଜ୍ୟରେ ଏହିଭଳି ଅଘଟଣ ସଂଖ୍ୟା ବଢିବାରେ ଲାଗିଛି।












Click it and Unblock the Notifications