ଫିଟିବ କି 'ପାଠକ' ଗୁମର ? ଭିଜିଲାନ୍ସ ସେଲରେ ହାଜର ହେଲେ ଡ୍ରାଇଭର୍
ଆକାଶ ପାଠକଙ୍କ ଡ୍ରାଇଭର ଜୁମାରତ ହାଜର ହୋଇଛନ୍ତି ଭିଜିଲାନ୍ସ ସେଲରେ ।
ଭୁବନେଶ୍ୱର : ପାଠକ ବାପ-ପୁଅଙ୍କ କୁବେର ସମ୍ପତିର ଗୁମର ଖୋଲିବା ପାଇଁ ଆରମ୍ଭ ହେଲା ଏସଆଇଟିର ତଦନ୍ତ । ଏହିକ୍ରମରେ ଆକାଶ ପାଠକଙ୍କ ଡ୍ରାଇଭର ଜୁମାରତ ହାଜର ହୋଇଛନ୍ତି ଭିଜିଲାନ୍ସ ସେଲରେ । ନୋଟିସ ପାଇ ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଏସଆଇଟି ।
ଜୁମାରତ ଦୀର୍ଘ ଦିନ ଧରି ପାଠକ ପରିବାରର ଡ୍ରାଇଭର୍ ଭାବରେ କାମ କରୁଥିବା ବେଳେ ତାଙ୍କ ଠାରୁ ଏସଆଇଟି ଅଧିକ ତଥ୍ୟ ପାଇବ ବୋଲି ଆଶା କରାଯାଉଛି ।

ଭିଜିଲାନ୍ସ ଯେତେବେଳେ ଏକା ସାଙ୍ଗରେ ଚଢାଉ କରିଥିଲା ସେହି ସମୟରେ ଜୁମାରତ ଘରେ ମଧ୍ୟ ଚଢାଉ ହୋଇଥିଲା । ଚଢାଉ ବେଳେ ତାଙ୍କ ଘରୁ 20 ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଜୁମାରତଙ୍କ ବ୍ୟତୀୟ ଭିଜିଲାନ୍ସ ସେଲ୍ କାର୍ଯ୍ୟାଳୟରେ ବ୍ୟାଙ୍କ କର୍ମଚାରୀ ମଧ୍ୟ ହାଜର ହୋଇଛନ୍ତି । କେଉଁ ସମସ୍ତ ଆକାଉଣ୍ଟକୁ କେତେ ପରିମାଣର ଟଙ୍କା ନେଣଦେଣ ହୋଇଛି ସେନେଇ ଏସଆଇଟି ପଚରାଉଚରା କରିବ । ଏସଆଇଟିର ଏହି ତଦନ୍ତରେ ପ୍ରାୟ 5 ବ୍ୟାଙ୍କ କର୍ମଚାରୀ ରହିଥିବା ଜଣାପଡିଛି । ସେମାନଙ୍କୁ ଆସନ୍ତା ସମୟରେ ସମନ କରିବା ସହ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।












Click it and Unblock the Notifications