For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରଦ୍ଧା ମର୍ଡର କେସ: ଆଫତାବର ନୂଆ ଠିକଣା , ଜେଲ ନଂ 4

ଶ୍ରଦ୍ଧା ମର୍ଡର କେସରେ ଜେଲ ଗଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ ପୁନୱାଲା । ଅଭିଯୁୁକ୍ତକୁ ତିଆର ଜେଲର ସେଲ ନମ୍ବର 4ରେ ରଖାଯାଇଛି । 24 ଘଣ୍ଟା ସିସିଟିଭି ଅଫତାବ ଉପରେ ନଜର ରଖୁଛି ।

|

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଆଫତାବ ପୁନାୱାଲାକୁ ତିହାର ଜେଲକୁ ପଠାଇ ଦିଆଯାଇଛି । ଜେଲର ସେଲ୍ ନମ୍ବର 4ରେ ରହିବ ଆଫତାବ । 24 ଘଣ୍ଟିଆ ସିସିଟିଭି କ୍ୟାମେରା ଆଫତାବର ପ୍ରତିଟି ଚଳପ୍ରଚଳ ଉପରେ ରଖିବ ନଜର । ପୋଲିସ ଅଭିଯୁକ୍ତକୁ ଜେଲ ପଠାଇବା ସହିତ , ଅନ୍ୟପଟେ ଆଫତାଙ୍କ ଫ୍ଲାଟକୁ ଯାଇଥିବା ତାଙ୍କର ନୂଆ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି । ଶ୍ରଦ୍ଧାଙ୍କୁ ହତ୍ୟା ପରେ ନୂଆ ପ୍ରେମିକାଙ୍କୁ ନିଜ ଫ୍ଲାଟକୁ ଡାକିଥିଲେ ଆଫତାବ।

aaftab amin poonawala

ମୁମ୍ବାଇର ଏହି ପ୍ରେମୀ କିଛି ମାସ ତଳେ ହିଁ ରାଜଧାନୀ ଦିଲ୍ଲୀ ସିଫ୍ଚ ହୋଇଥିଲେ । ହେଲେ ଅନେକ ଦିନ ଧରି ଲାଗିଥିବା ଝଗଡା ମେ ମାସ 18 ତାରିଖ ଦିନ ତୀବ୍ର ରୂପ ନେଇଥିଲା । ରାଗ ଜର୍ଜରିତ ପ୍ରେମିକ ଶ୍ରଦ୍ଧାଙ୍କ ଗଳା ଚିପି ମାରିବା ପରେ ତାଙ୍କୁ 35 ଖଣ୍ଡ କରିଥିଲେ । ଏହାପରେ ଫ୍ରିଜରେ ରଖି 18 ଦିନ ପର୍ଯ୍ୟନ୍ତ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲେ । କିନ୍ତୁ ହତ୍ୟା ନେଇ କାହାକୁ ବି ଜଣାପଡି ନଥିଲା । ହତ୍ୟାର 6 ମାସ ପରେ ଶ୍ରଦ୍ଧାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।

Aaftab amin Poonawala

ଚଳିତମାସ 12 ତାରିଖରେ ପୋଲିସ ପ୍ରେମିକ ଆଫତାବଙ୍କୁ ଗିରଫ କରିଥିଲା । 5 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିବା ପରେ ଏହାର ସମୟ ସୀମା ବଢାଇ ଦିଆଯାଇ ନଭେମ୍ବର 17 ପର୍ଯ୍ୟନ୍ତ କରାଯାଇଥିଲା । ଶୁକ୍ରବାର ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଛି । ଲାଏ-ଡିଟେକସନ ଟେଷ୍ଟ ମଧ୍ୟ କରାଯାଇଛି। କିଛି ଦିନ ଭିତରେ ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In judicial custody for murder of girlfriend Shraddha Walkar, Aaftab Poonawala will be kept in a cell away from other prisoners.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X