ଅଶ୍ଳୀଳ ଫୋଟ ଭାଇରାଲ ପରେ ଅତ୍ମହତ୍ୟା କଲେ ନାବାଳିକା
A Minor Girl Commits Suicide After obscene PHOTO Goes Viralଅଶ୍ଳୀଳ ଫୋଟ ଭାଇରାଲ ପରେ ଅତ୍ମହତ୍ୟା କଲେ ନାବାଳିକା
ଭଞ୍ଜନଗର : ନାବାଳିକାଙ୍କର ଅଶ୍ଳୀଳ ଫୋଟ ଭାଇରାଲ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କେଲ ନାବାଳିକା । ଗଞ୍ଜାମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରସିଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା ପରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତମାନଙ୍କ ଭିତରେ ଦୁଇ ନାବାଳକ ମଧ୍ୟ ଅଛନ୍ତି। ନାବାଳିକା ଲେଖିଥିବା ସୁଇସାଇଡ଼ ନୋଟ ତାଙ୍କ ବାପା ଦେଇଥିବା ଏତଲା ଆଧାରରେ ତାରସିଙ୍ଗ ପୁଲିସ ଏହି ପଦକ୍ଷେପ ନେଇଛି ବୋଲି ସୂଚନା ଦେଇଛନ୍ତି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ।

ନାବାଳିକା ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକଙ୍କ ପ୍ରେମରେ ପଡିଥିଲେ । ନାବାଳକ ପ୍ରେମିକ ନାବାଳିକାଙ୍କର ନଗ୍ନ ଫଟୋ ଉଠାଇ ଭାଇରାଲ କରିଦେଇଥିଲେ ।ଏହି ମାମଲାକୁ ନେଇ ଗାଁରେ ବୈଠକ ବସିବା ସହ ଉଭୟଙ୍କୁ ୧୮ ବର୍ଷ ପୂରିଲେ ବିବାହର ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ହେଲେ ଏହି ରାୟକୁ ଗ୍ରହଣ କରି ନଥିଲେ ନାବାଳକ ଓ ତା ପରିବାର ।ଫଳରେ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ନାବାଳିକା ପରିବାରକୁ ଧମକ ମଧ୍ୟ ଦେଇଥିଲେ ନାବାଳକ । ଏପରି ପରିସ୍ଥିତି ସହ୍ୟ ନ କରିପାରି
ଆତ୍ମହତ୍ୟା କରିଥିଲେ ନାବାଳିକା ।












Click it and Unblock the Notifications