ଘରୋଇ କଳି ପାଇଁ ମା' ଓ ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା

ଘରୋଇ କଳି ପାଇଁ ମା' ଓ ସ୍ତ୍ରୀକୁ ହତ୍ୟା କଲେ ଯୁବକ ,ଶିଳପୁଆରେ ଛେଚି ଦୁହିଁଙ୍କୁ ହତ୍ୟା

ଝାରସୁଗୁଡ଼ା: ଘରେ ମା' ଓ ସ୍ତ୍ରୀ ମଧ୍ୟରେ ଲାଗିରହୁଥିଲା ଝଗଡା । ବୁଝାଇବା ପାଇଁ ଚେଷ୍ଟା କରିଥିଲେ କୁଲଥୁ । ହେଲେ ହୋଇପାରି ନଥିଲା ସମସ୍ୟାର ସମାଧାନ । ଦିନକୁ ଦିନ ବଢିବାରେ ଲାଗିଥିଲା ଶାଶୁ-ବୋହୂର କଳି । ଶେଷରେ ନିଜ ମାନସିକ ଭାରସ୍ୟାମ ହରାଇ ଏକ ଶିଳପୁଆରେ ଉଭୟ ମା'ଓ ପତ୍ନୀଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି ଅଭିଯୁକ୍ତ । ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ମିସ୍ତ୍ରୀପଡାରେ । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ODISHA CRIME

ସୂଚନାଯୋଗ୍ୟ, ଆଦିବାସୀ ବହୁଳ ଅଞ୍ଚଳ ମିସ୍ତ୍ରୀପଡାରେ ନିଜ ପରିବାର ସହ ରହୁଥିଲେ କୁଲଥୁ ଖଡିଆ । ପତ୍ନୀ ଓ ମା' ମଧ୍ୟରେ ପ୍ରାୟତଃ କଳହ ଲାଗି ରହୁଥିଲା । ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଝଗଡ଼ା ଲାଗିରହିଥିଲା । ଘରକୁ ଫେରି ଉଭୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କୁଲଥୁ । ହେଲେ ଝଗଡ଼ା ତୁଟିବା ବଦଳରେ ଆହୁରି ବଢିବାରେ ଲାଗିଥିଲା । ଯାହା ପରେ ଉତ୍ୟନ୍ତ ହୋଇ ଘରେ ଥିବା ଏକ ଶିଳପୁଆରେ ଭଉୟଙ୍କୁ ଛେଚି ଛେଚି ହତ୍ୟା କରିଥିଲେ କୁଲଥୁ ଖଡିଆ । ମୃତ ଦ୍ୱୟ ହେଲେ ଝିମ ଖଡିଆ (୮୦) ଓ ତାଙ୍କ ବୋହୁ ସାଏବାନୀ ଖଡିଆ (୫୮) । ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ କୁଲଥୁଙ୍କୁ ଗିରଫ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+