Get Updates
Get notified of breaking news, exclusive insights, and must-see stories!

ଲିଫ୍ଟରେ ମହିଳାଙ୍କୁ ତଲାକ୍ ଦେଲେ ସ୍ବାମୀ

ନିଜ ଆପାର୍ଟମେଣ୍ଟ ଲିଫ୍ଟରେ ତଲାକ ଦେବା କଥା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ।

ବେଙ୍ଗାଲୁରୁ: ବର୍ତ୍ତମାନ ବିବାହ ବିଚ୍ଛେଦ ସାଧାରଣ କଥା ପାଲଟିଲାଣି । ଯଦି ପତି-ପତ୍ନୀ ଭିତରେ ଠିକରେ ପଡୁନି ତେବେ ସଙ୍ଗେ ସଙ୍ଗେ ଡିଭୋର୍ସ ଦେଇ ଦେଉଛନ୍ତି । କିନ୍ତୁ କେହି ଆଇନ କାନୁନ ଅନୁସାରେ ଛାଡପତ୍ର ନେଇଦେଣ ହୁଏ । କିନ୍ତୁ କେବେ ଶୁଣିଛନ୍ତି କି ନିଜ ଆପାର୍ଟମେଣ୍ଟ ଲିଫ୍ଟରେ ତଲାକ ଦେବା କଥା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ।

talaq

ଛାଡପତ୍ରର କାରଣ ଯୌତୁକ ନିର୍ଯାତନା ବୋଲି ଜଣା ପଡିଛି । ଦୀର୍ଘ ଦିନ ଧରି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ । କିନ୍ତୁ ଟଙ୍କା ନ ଆଣିବାରୁ ଶେଷରେ ସେ ନିଜ ପତ୍ନୀଙ୍କୁ କଥା ହେବା ପାଇଁ ଆପାର୍ଟମେଣ୍ଟକୁ ଡକାଇ ଲିଫ୍ଟ ଭିତରେ ହିଁ ତଲାକ୍‌ ଦେଇଛନ୍ତି ଏହାପରେ ତାଙ୍କୁ ବିଦା କରିଦେଇଛନ୍ତି।

ଏନେଇ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା । ସେ ବେଙ୍ଗାଲୁରୁର ଏକ ଥାନାରେ ନିଜ ସ୍ବାମୀ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତଲାକ ଦେଇଥିବା ବ୍ୟକ୍ତି ମହମ୍ମଦ ଅକ୍ରମ ପତ୍ନୀଙ୍କୁ 30 ଲକ୍ଷ ଯୌତୁକ ଦାବି କରିଥିଲେ । କିନ୍ତୁ ଏଥିରେ ରାଜି ହେଉ ନଥିଲେ ପତ୍ନୀ । ରମଜାନ ସମୟରେ ନିଜ ବାପାଙ୍କ ଠାରୁ କୌଣସି ମତେ 10 ଲକ୍ଷ ଟଙ୍କା ଆଣିବାକୁ ସେ ପତ୍ନୀଙ୍କୁ ଡିମାଣ୍ଡ କରିଥିଲେ । ହେଲେ ସେ ସ୍ବାମୀଙ୍କୁ ଟଙ୍କାଟିଏ ଦେଇ ଦେଇନଥିଲେ । ଏଥିରେ କ୍ରୋଧିତ ହୋଇ ଅକ୍ରମ ପତ୍ନୀଙ୍କୁ ଡାକି ନିଜ ଆପାର୍ଟମେଣ୍ଟର ଲିଫ୍ଟରେ ହିଁ ତଲାକ୍ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+