For Quick Alerts
Turn On Notification  
For Daily Alerts
Oneindia App Download

ନିର୍ଧୁମ ଛେଚା ପରେ ମାନିଲେ : 'କାଳିଆ' ଯୋଜନା ନାଁରେ ମହିଳାଙ୍କ ଠାରୁ ଟଙ୍କା ହଡପ

ଆଦିବାସୀ ମହିଳାମାନଙ୍କୁ 'କାଳିଆ' ଯୋଜନାରେ ଟଙ୍କା ସହାୟତା ଯୋଗାଇ ଦେବାକୁ କହି ପାଖାପାଖି 39 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୁଲିସ ।

|

ଭୁବନେଶ୍ୱର: 'କାଳିଆ' ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ କହି ଚାଲିଛି ଠକେଇ । ନିରକ୍ଷର ମାନଙ୍କୁ କରାଯାଉଛି ଟାର୍ଗେଟ । ଉପାନ୍ତ ଅଞ୍ଚଳରେ ଚାଲିଛି ରାକେଟ । ଏଭଳି ଏକ ଘଟଣାର ପର୍ଦ୍ଦାଫାସ୍ କରିଛି ଗଞ୍ଜାମ ଜିଲ୍ଲା ପୁଲିସ । ଆଦିବାସୀ ମହିଳାମାନଙ୍କୁ 'କାଳିଆ' ଯୋଜନାରେ ଟଙ୍କା ସହାୟତା ଯୋଗାଇ ଦେବାକୁ କହି ପାଖାପାଖି 39 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଦିଗପହଣ୍ଡିର ସାନଡୁମ୍ବୁଳା ଗାଁର କୃଷ୍ଣ ସେଠୀ । ଅଭିଯୁକ୍ତ ଠାରୁ 37 ହଜାର 400 ଟଙ୍କା, 2ଟି ଏଟିଏମ୍ କାର୍ଡ, ବିଭିନ୍ନ ସରକାରୀ ପଦାଧିକାରଙ୍କ ରବର ଷ୍ଟାମ୍ପ ଓ କାଳିଆ ଯୋଜନାର ଚିଠା ଜବତ କରିଛି ପୁଲିସ ।
ଘଟଣାରୁ ପ୍ରକାଶ, କୃଷ୍ଣ ଗତ ରବିବାର ଚଢେୟାଗରଦ ଗାଁରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲା ।

କାଳିଆ ଯୋଜନା

ଆଦିବାସୀ ମହିଳା ଚାଷୀମାନଙ୍କୁ ରାଜ୍ୟସରକାରଙ୍କ କାଳିଆ ଯୋଜନାରେ ସାମିଲ କରେଇ ଦେବା କହି ଆଧାର ନମ୍ବର ଓ ବ୍ୟାଙ୍କ ଖାତାର ଜେରକ୍ସ ମାଗିଥିଲା । ଗାଁର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକ ଓ ବାଙ୍କି ମଲ୍ଲିକଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା ଧରି ସିଦ୍ଧେଶ୍ୱର ଗାଁରେ ଥିବା ଏକ ବ୍ୟାଙ୍କ ନିକଟକୁ ଆସିବା ପାଇଁ କହିଥିଲା । ସେମାନଙ୍କ ବ୍ୟାଙ୍କ ଖାତାକୁ 22 ହଜାର ଟଙ୍କା ପଠେଇ ଦେବ କହି ସେମାନଙ୍କ ଆକାଉଣ୍ଟରୁ ପାଖାପାଖି 39 ହଜାର ଟଙ୍କା ଉଠେଇ ଦେଇଥିଲା । ଏପରିକି ଉଠେଇଥିବା ଏହି ଟଙ୍କାକୁ ଅନ୍ୟ ଏକ ଆକାଉଣ୍ଟରେ ଜମା କରି ଦେଇଥିଲା । ଆକାଉଣ୍ଟରୁ ଟଙ୍କା କଟିଯିବା ଦେଖି ମହିଳାମାନେ ଗାଁର ଅନ୍ୟ ମହିଳାମାନଙ୍କୁ ଏହି ଯୋଜନାରେ ସାମିଲ କରିବା କହି କୃଷ୍ଣକୁ ନେଇ ଆସିଥିଲେ । ଗାଁରେ ପହଞ୍ଚି ମହିଳାମାନେ କୃଷ୍ଣଙ୍କୁ ନିର୍ଧୁମ ମାଡ ମାରିବା ପରେ ସବୁ ସତ ପଦାକୁ ଆସିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A Man Cheat Women in Name Of Kalia Jojona
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X