ଚାରି ମାସ ରହି ପ୍ରେମିକ ଫେରାର : କିରାସିନି ବୋତଲ ଓ ଦିଆସିଲି ଧରି ଧାରଣା ଦେଲା ପ୍ରେମିକା

ପ୍ରେମିକ ଘର ଆଗରେ ଧାରଣାରେ ବସି ବିବାହ ପାଇଁ ଜିଦ୍ କରିଛି ପ୍ରେମିକା । ଏପରିକି ବାହା ନହେଲେ କିରାସିନ ଢାଳି ଆତ୍ମାହୁତି ଦେବାକୁ ଦେଇଛି ଧମକ

ବଲାଙ୍ଗିର : ପ୍ରେମିକ ଘର ଆଗରେ ଧାରଣାରେ ବସି ବିବାହ ପାଇଁ ଜିଦ୍ କରିଛି ପ୍ରେମିକା । ଏପରିକି ବାହା ନହେଲେ କିରାସିନ ଢାଳି ଆତ୍ମାହୁତି ଦେବାକୁ ଦେଇଛି ଧମକ । ଦୀର୍ଘ ସମୟ ଧରି ପ୍ରେମିକ ଘର ଆଗରେ ହାଇଡ୍ରାମା କରିଛି ପ୍ରେମିକା । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଳାସର ଗାଁରେ ।
କାହିଁକି ଘଟିଲା ଏମିତି ଘଟଣା ?
ରୋତ କଲେଜରେ ପାଠ ପଢୁଥିଲେ ମିତା (ଛଦ୍ମ ନାମ) । ସମୟକ୍ରମେ କଳାସର ଗାଁର ପିଣ୍ଟୁ ଚନ୍ଦନଙ୍କ ସହ ତାଙ୍କର ଦେଖା ହେଲା । ପରେ ସେମାନଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଲା । ପ୍ରେମର ବାଟ ଆଗକୁ ଚାଲି ଦୁହିଁଙ୍କ ମଧ୍ୟରେ ଶାରୀରକ ସମ୍ପର୍କ ମଧ୍ୟ ରହିଲା । ପ୍ରେମରେ ବାଧକ ସାଜିଲା ଜାତି । ଏହାକୁ ହଟାଇବା ପାଇଁ ଦୁହେଁ ଗତବର୍ଷ ଜୁଲାଇ 9 ତାରିଖରେ ଫେରାର୍ ହୋଇଗଲେ । ଯୋଜନା ମୁତାବକ ପ୍ରେମିକା ଘରୁ 7000 ଟଙ୍କା ଓ ଚନ୍ଦନ ଘରୁ 40 ହଜାର ଟଙ୍କା ନେଇ ଏକ କାରରେ ଫେରାର୍ ହୋଇଗଲେ ।

ପ୍ରେମିକା

ଦୁହେଁ ଝାରସୁଗୁଡା ବେଲପାହାଡ ପଳାଇଥିଲେ । ସେଠାରେ ଏକ ଘର ଭଡ଼ାରେ ନେଇ ସ୍ୱାମୀ-ସ୍ତ୍ରୀ ଭାବରେ ରହୁଥିଲେ । ଅପରପକ୍ଷରେ ଉଭୟ ଘର ଲୋକ ଫେରାର ସମ୍ପର୍କରେ ସାଲେଭଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବେଲପାହାଡରେ ଚାରି ମାସ ରହିବା ପରେ ଗତ ନଭେମ୍ବର 9 ତାରିଖ ସନ୍ଧ୍ୟାରେ ଜଳିଖିଆ ଆଣିବାକୁ ଯାଇ ଫେରାର୍ ମାରିଥିଲେ ଚନ୍ଦନ ବୋଲି ପ୍ରେମିକା ଅଭିଯୋଗ କରିଛନ୍ତି । ଚନ୍ଦନ ନ ଫେରିବାରୁ ନିଜ ବାପାଙ୍କୁ ଫୋନ୍ କରି ଯୋଗାଯୋଗ କରିଥିଲେ ମିତା । ପରିବାର ଲୋକ ଝିଅକୁ ଉଦ୍ଧାର କରିବା ସହିତ ପୁଅକୁ ଖୋଜିଥିଲେ । ପୁଅ ଘରେ ନଥିବା ଶୁଣିବା ପରେ ପ୍ରେମିକା ପରିବାର ଲୋକ ସାଲେଭଟା ଥାନାରେ ଅଭିଯୋଗ କରିଥିଲେ । ପରେ ପ୍ରେମିକା ମିତା ଫୋନରେ ପ୍ରେମିକ ଚନ୍ଦନ ସହିତ ଯୋଗାଯୋଗ କରିଥିଲେ । ତାଙ୍କୁ ପରିବାର ଲୋକେ ଅନ୍ୟତ୍ର ଲୁଚାଇକି ରଖିଛନ୍ତି ଓ ଅନ୍ୟ ଜାଗାରେ ବାହାଘର କରାଇଦେବା ପାଇଁ ଯୋଜନା କରୁଛନ୍ତି ବୋଲି କହିଥିଲେ ଚନ୍ଦନ । ସବୁଠାରୁ ନିରାଶ ହୋଇ ଶେଷରେ ପ୍ରେମିକ ଚନ୍ଦନ ଘର ଆଗରେ ଧାରଣା ଦେଇଥିଲେ ପ୍ରେମିକା । 'ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି' ବୋଲି ଜିଦ୍ କରିଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ଘଟମା ନେଇ ଚନ୍ଦନ କିମ୍ବା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+