କେମିତି ଏତେ ନିଷ୍ଠୁର ? ପାଞ୍ଚ ବର୍ଷର ନାବାଳିକାକୁ 87 ବର୍ଷର ବୃଦ୍ଧ କଲା ଦୁଷ୍କର୍ମ

ନାତୁଣୀ ବୟସର ଜଣେ ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି 87 ବର୍ଷ ବୟସର ବୃଦ୍ଧ

କେନ୍ଦ୍ରାପଡା : ଜଣେ କୁନି ଝିଅ ବରିଷ୍ଠ ବ୍ୟକ୍ତିଙ୍କ ପାଖରେ ନିଜକୁ ସୁରକ୍ଷିତ ମଣେ । ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଚକିତ କରିବା ଭଳି । ନାତୁଣୀ ବୟସର ଜଣେ ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି 87 ବର୍ଷ ବୟସର ବୃଦ୍ଧ । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଅଞ୍ଚଳର ବନ୍ଧସାହି ଗାଁରେ । ପୁଲିସ ସୋମବାର ସକାଳେ ଉକ୍ତ ବୃଦ୍ଧକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସେହି ଗାଁର ସୁନାକର ପାତ୍ର ବୋଲି ସୂଚନା ମିଳିଛି ।
ଘଟଣାରୁ ପ୍ରକାଶ, ଗତ ନଭେମ୍ବର 23ରେ ନାବାଳିକା ଜଣଙ୍କୁ ବଳପୂର୍ବକୁ ଅଭିଯୁକ୍ତ ସୁନାକର ଏକ ଦୋକାନ କ୍ୟାବିନ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ନାବାଳିକା ଜଣଙ୍କ ଘରକୁ ନ ଫେରିବାରୁ ମା' ଖୋଜିବା ଆରମ୍ଭ କରିଥିଲେ ।

ନାବାଳିକା ଦୁଷ୍କର୍ମ

ଶେଷରେ ଅଚେତ୍ ଅବସ୍ଥାରେ ନାବାଳିକା ଜଣଙ୍କ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହିତ ଝିଅର ଶରୀରରେ ଆଘାତ ଲାଗିଥିବା ସେ ଦେଖିବାକୁ ପାଇଥିଲେ । ଝିଅକୁ ନେଇ ସୁନାକରକୁ ପଚାରିବାରୁ ସେ ଚୁପ୍ ରହିଥିଲେ । ଏପରିକି ସୁନାକରର ପୁଅ ଘଟଣା ନେଇ ବାହାରେ ପ୍ରକାଶ କଲେ ନାବାଳିକାର ମା'କୁ ଜୀବନରୁ ମାରିଦେଦାକୁ ଧମକ ଦେଇଥିଲା । ଶେଷରେ ସାହାସ ଜୁଟାଇ ନାବାଳିକାର ମା ଘଟଣା ନେଇ ଗତ ଶନିବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ପୀଡିତାର ଡାକ୍ତରୀମାଇନା କରିବା ସହ ସୋମବାର ସକାଳେ ଅଭିଯୁକ୍ତ ସୁନାକରକୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+