ଲଜ୍ଜା: 70 ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଜିଆରସପୁର ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଓଲିଜା ଗାଁରେ ।
ଭୋପାଳ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯୌନ ପିପାସୁ ଓ ରାକ୍ଷାସଙ୍କ ସଂଖ୍ୟା । ଶିଶୁ ଠାରୁ ଆରମ୍ଭ କରି ଯୁବତୀ, ମହିଳା ସମସ୍ତ ଏହି ଦେହ ଭୋକିଲାଙ୍କ ଆକ୍ରୋଷର ଶୀକରା ହେଉଛନ୍ତି । ତେବେ ମଧ୍ୟ ପ୍ରଦେଶରେ ଆଜି ଘଟିଛି ଏମିତି ଏକ ହୃଦୟବିଦାରକ ଘଟଣା ଯାହା ଆପଣଙ୍କ ଛାତି ଥରେଇ ଦେବା ପରି । ଜଣେ 70 ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ଓ ହତ୍ୟା କରିଛନ୍ତି ଏହି ଦୃବୃତ୍ତ ।

ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଜିଆରସପୁର ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଓଲିଜା ଗାଁରେ । ନଭେମ୍ବର 18-19 ର ମଧ୍ୟବର୍ତ୍ତୀ ରାତିରେ ପୀଡିତା ଜଳସେଚନ ପାଇଁ ନିଜ କ୍ଷେତ ଯାଉଥିବା ବେଳେ କିଛି ଦୃବୃତ୍ତ ତାଙ୍କୁ ବଳ ପୂର୍ବକ ଉଠୀଇ ନେଇ ଏମିତି କାଣ୍ଡ ଭିଆଛନ୍ତି ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ପୀଡିତାଙ୍କ ପାଟିରେ ମାଟି ଭର୍ତ୍ତି କରି ତାଙ୍କୁ ଆକ୍ରମଣ କରିଥିଲେ । ଏପରି ତାଙ୍କ ଯୌନାଙ୍ଗରେ ଏକ ଲାଠି ଭର୍ତ୍ତି କରି ଦେଇଥିଲେ । ତେବେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ବାସୀନ୍ଦା ମାନେ ରକ୍ତ ମୁଖା ହୋଇଯାଇଛନ୍ତି । ଗାଁର କ୍ରୋଧିତ ବାସିନ୍ଦା ପୋଲିସକୁ ତଦନ୍ତ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ପୋଲିସ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ଏବଂ ଅଧିକ ତଦନ୍ତ ଚଲାଇଛି।












Click it and Unblock the Notifications