ମୋ ବସ୍ ରୁ ଏମାନେ କରୁଥିଲେ ଲୁଟ୍, ବାନ୍ଧିଲା ପୋଲିସ୍

ମୋ ବସ୍ ରେ ମାତିଥିଲେ ଏହି ଲୁଟେରା । ଟଙ୍କା, ମୋବାଇଲ, ମନି ପସ୍ ଯାହା ପାଇଲେ ଲୁଟ କରୁଥିଲେ । ଯାତ୍ରୀ ବେଶରେ ବସରେ ଯିବା ଆସିବା କରି ଚଳାଇଥିଲେ ଆତଙ୍କ ରାଜ୍ । ଏବେ ଏହି ୭ ଜଣ ଲୁଟେରାଙ୍କୁ ବାନ୍ଧିଛି କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ

ଭୁବନେଶ୍ବର: ମୋ ବସ୍ ରେ ମାତିଥିଲେ ଏହି ଲୁଟେରା । ଟଙ୍କା, ମୋବାଇଲ, ମନି ପସ୍ ଯାହା ପାଇଲେ ଲୁଟ କରୁଥିଲେ । ଯାତ୍ରୀ ବେଶରେ ବସରେ ଯିବା ଆସିବା କରି ଚଳାଇଥିଲେ ଆତଙ୍କ ରାଜ୍ । ଏବେ ଏହି ୭ ଜଣ ଲୁଟେରାଙ୍କୁ ବାନ୍ଧିଛି କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି ।

Mo Bus

ଯୋଜନା ମୁତାବିକ ପ୍ରଥମେ ଏହି ଲୁଟେରା ମାନେ ବସରେ ଲୋକଙ୍କୁ ଘେରି ଯାଇ ଜାଣିଣୁଣି ଭିଡ ସୃଷ୍ଟି କରନ୍ତି । ସେହି ଭିଡ଼ ଆଳରେ ଲୋକଙ୍କ ଠାରୁ ଲୁଟ୍ କରନ୍ତି । ନିକଟରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ପୂର୍ବରୁ ଅନେକ ଥାନାରେ ମାମଲା ମଧ୍ୟ ରହିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଗିରଫ କରିଛି ।

କିଛି ଦିନ ହେବ ମୋ ବସ୍‌ରେ ଲୁଟ୍‌ ଘଟଣା ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ କମିଶନରେଟ୍‌ ପୋଲିସ ତତ୍ପର ହୋଇଉଠିଥିଲା । ଏହିକ୍ରମରେ ମଙ୍ଗଳବାର ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍‌ ପୋଲିସ । ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି, ନୟାପଲ୍ଲୀ, ସହିଦ ନଗର, କ୍ୟାପିଟାଲ, ମଞ୍ଚେଶ୍ୱର ସହ କଟକ ଅଞ୍ଚଳରେ ଚାଲୁଥିବା ମୋ ବସ୍‌ରୁ ଲୁଟ୍‌ କରୁଥିଲେ । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+