ଶେଷରେ ୬୦ ବର୍ଷର ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ତିନି ଯୁବକ ଥାନାରେ ଅଟକ
ଅସଭ୍ୟତା ଆଡ଼କୁ ଗତି କରୁଛି ସମାଜ । ୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସଭ୍ୟ ସମାଜରେ ଏହା ଆଦୌ ଗ୍ରହଣୀୟ ନୁହେଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ।
ବୃଦ୍ଧାଙ୍କ ପୁଅ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୩ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ଜଣାପଡିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ୬୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଝି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ ଜଣ ଯୁବକ ଉକ୍ତ ବୁଦ୍ଧାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଛନ୍ତି । ତେବେ ରାତିରେ ଶୋଇବା ସମୟରେ ଏଭଳି ଘଟଣା ଘଟୁଛି । ଗାଁର ହିଁ ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡିଛି । ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ।
ବର୍ତ୍ତମାନ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଝି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ମାମଲାରେ କଣ୍ଟାବାଞ୍ଝି ପୋଲିସ ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ପରିବାର ବର୍ଗ ଏହି ଯୁବକମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି । ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଚିକିତ୍ସା ଚାଲିଥିବା ଜଣାପଡିଛି ।
ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଖରାପ ବାତାବରଣ ଖେଳିଯାଇଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀକୁ ତୁରନ୍ତ ଦଣ୍ଡ ମିଳୁ ବୋଲି କହିଛନ୍ତି ।












Click it and Unblock the Notifications