ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ, ସ୍ତ୍ରୀ ଛୁଆଙ୍କ ହତ୍ୟା କରିବା ପରେ ନିଜ କଲେ...
UP Sitapur News: ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଚହଳ ସୃଷ୍ଟି ହୋଇଛି । ଜଣେ ଯୁବକ ତାଙ୍କ ମା, ପତ୍ନୀ ଏବଂ ତିନି ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏପରି ଚାଞ୍ଚଲ୍ୟ କର ଘଟଣା ଉତ୍ତର ପ୍ରଦେଶ ସିତାରୁର ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଯବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

ସୂଚନା ଅନୁସାରେ ଶନିବାର ସକାଳ ୫ଟାରେ ଏହି ଘଟଣା ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୟୁପିର ସୀତାପୁର ଜିଲ୍ଲା ରାମପୁର ମଥୁରା ପୋଲିସ ଷ୍ଟେସନ ଅଞ୍ଚଳର ବାଲାମାଉ ଗାଁର ଏପରି ଅଭାବନୀୟ ଘଟଣା ଘଟିଠି । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରୋମା ସେଣ୍ଟରରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।












Click it and Unblock the Notifications