କେରଳ ନରବଳି ଘଟଣା : ମୃତଶରୀରକୁ 56 ଖଣ୍ଡ କରି କାଟି ରାନ୍ଧି ଖାଇଲେ ଅଭିଯୁକ୍ତ

କେରଳ ନର ବଳି ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ମୃତ ଶରୀରକୁ 56 ଖଣ୍ଡ କରି କଟାଯାଇଥିଲା । କେବଳ ଏତିକି ନୁହେଁ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ଏହି କଟା ଶରୀରରକୁ ରାନ୍ଧି ଖାଇଲେ ଲୋକେ ।

ଥିରୁଅନନ୍ତପୁରମ: କେରଳ ନର ବଳି ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ମୃତ ଶରୀରକୁ 56 ଖଣ୍ଡ କରି କଟାଯାଇଥିଲା । କେବଳ ଏତିକି ନୁହେଁ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ଏହି କଟା ଶରୀରରକୁ ରାନ୍ଧି ଖାଇଲେ ଲୋକେ । ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରୁ ପରଦା ହଟାଇଛି କମିଶନରେଟ ପୋଲିସ।

black magic
କୋଚି କମିସନର ସିଏଚ ନାଗରାଜୁ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଶଫିଙ୍କ ଅପରାଧିକ ରେକର୍ଡ ରହିଛି। ସେ ଦମ୍ପତ୍ତି ଭଗବଲ ସିଂହ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ଅର୍ଥ ଲୋଭର ପ୍ରଲୋଭନ ଦେଖାଇ ନରବଳିରେ ସାହାଯ୍ୟ କରିବାକୁ ମନାଇଥିଲା। ମୃତଶରୀର ଖଣ୍ଡକୁ ଭଗବଲ ସିଂହଙ୍କ ଘର ଅଗଣାର କିଛି ସ୍ଥାନରେ ପୋତାଯିବା ସହିତ ତିନି ଅଭିଯୁକ୍ତ ମୃତକଙ୍କ ଶରୀରର ଗୋଟିଏ ଅଂଶକୁ ରୋଷେଇ କରି ମଧ୍ୟ ଖାଇଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଥମେ ମୃତାଙ୍କୁ ଟଙ୍କା ଲୋଭ ଦେଖାଇ ଏହି ଗୁଣିଗାରେଡିରେ ସାମିଲ କରାଇଥିବା ଜଣା ପଡିଛି। ଏହାପରେ ଏଭଳି କାଣ୍ଡ କରିଥିବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ 14 ଦିନିଆ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯାଉଛି। ଏଭଳି ହତ୍ୟାକାଣ୍ଡ ପଛରେ ଅନ୍ୟ କେଉଁ କାରଣ ଅଛି କି ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+