ପୁରୀରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ପୁରୀରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୁରୀ ଟାଉନ ଥାନା ଅଞ୍ଚଳରେ ଘଟିଛି ଏଭଳି ଘୃଣ୍ୟ ଘଟଣା ।
ପୁରୀ: ପୁରୀରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୁରୀ ଟାଉନ ଥାନା ଅଞ୍ଚଳରେ ଘଟିଛି ଏଭଳି ଘୃଣ୍ୟ ଘଟଣା । ଦିନ ଦ୍ୱିପହରରେ ଶିଶୁଟିକୁ ଦୁଷ୍କର୍ମ କରି ଦୁର୍ବୃତ ଫେରାର ହୋଇଯାଇଛି । ତେବେ ଶିଶୁଟିକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ମହେଶ ମହାନ୍ତି ବୋଲି ଜଣାପଡିଛି।
ସେପଟେ ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅବିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି ।












Click it and Unblock the Notifications