ଆମେରିକାରେ 5 ଭାରତୀୟଙ୍କୁ ହତ୍ୟା, ଜାଣନ୍ତୁ ପୁରା ଘଟଣା :
ବର୍ତ୍ତମାନ ଦୁଇ ଦିନ ଭିତରେ ଆମେରିକାରେ 5 ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି । ତେବେ ବିଦେଶରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି ।
ଓ୍ବାଶିଂଟନ: ବିଦେଶରେ ରହିବା ବା ବିଦେଶରେ ପାଠ ପଢିବା ପାଇଁ ଭାରତୀୟଙ୍କ ଭିତରେ ରହିଥାଏ ଉତ୍କଣ୍ଠା । ଏଥିପାଇଁ ଅନେକ ଆମେରିକାକୁ ବାଛିଥାନ୍ତି । କିନ୍ତୁ ଆମେରିକାରେ ଭାରତୀୟ କେତେ ସୁରକ୍ଷିତ ସେ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଦୁଇ ଦିନ ଭିତରେ ଆମେରିକାରେ 5 ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି । ତେବେ ବିଦେଶରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି ।

ଘଟଣା ନଂ 1
ଆମେରିକାରର କାଲିଫର୍ଣ୍ଣିଆରେ ନିଜ ପରିବାର ନେଇ ରୁହନ୍ତି ପଞ୍ଜାବର 36 ବର୍ଷୀୟ ଜଶଦୀପ ସିଂ। ଅନେକ ଦିନ ଧରି ଆମେରିକାରେ ରହିବା ପରେ ହଠାତ ତାଙ୍କ ପରିବାର ସମେତ ତାଙ୍କୁ ଅପହରଣ କରିନିଆଯାଇଥିଲା । ତେବେ ସେମାନଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସମସ୍ତ ଅପହୃତଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତକଙ୍କ ମଧ୍ୟରେ 8 ମାସର ଶିଶୁକନ୍ୟା ଆରୋହୀ , ଜଶଦୀପ ସିଂ, ପତ୍ନୀ ସଜଲିନ କୌର, ସେମାନଙ୍କ ଓ ଅନ୍ୟ ଜଣେ ସମ୍ପର୍କୀୟ ଅମନଦୀପ ସିଂ ରହିଛନ୍ତି । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସ କିଛି ପ୍ରକାଶ କରିନାହିଁ । ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଘଟଣା ନଂ 2
ଆମେରିକାର ପରଡ୍ୟୁ ବିଶ୍ବବିଦ୍ୟାଳୟର ଜଣେ 20 ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ନାମ ବରୁଣ ମନୀଷ ଛେଦା। ତେବେ ବରୁଣଙ୍କୁ ତାଙ୍କ ହଷ୍ଟେଲରେ ହତ୍ୟା କରାଯାଇଥିବା ଜଣା ପଡିଛି । ତାଙ୍କର ରୁମମେଟଙ୍କ ଉପରେ ରହିଛି ସନ୍ଦେହ। ପ୍ରାଥମିକ ତଦନ୍ତ ଅନୁସାରେ ଛାତ୍ରଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି ।
ପରଡ୍ୟୁ ପୋଲିସର ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପଛରେ ଜି ମିନ୍ ଶା ନାମକ ଉତ୍ତର କୋରିଆ ସିଓଲର ଛାତ୍ର ଥିବା ସନ୍ଦେହ କରାଯାଉଛି । ତେବେ ମୃତ ଛାତ୍ର ବରୁଣଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ଏବଂ ମୃତକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ପୋଲିସ ଅଧିକ ତଦନ୍ତ କରୁଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications