ବନ୍ଦ ଘରୁ ଗୋଟିଏ ପରିବାରର 4 ମୃତଦେହ ଉଦ୍ଧାର
ବରଗଡ ଭେଡେନ ବ୍ଲକର ଜାମଡୋଲ ଗାଁରେ ବଡ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା । ଗୋଟିଏ ପଡେ ଏପରି ପୂଜା ମାହୋଲ ଥିବା ବେଳେ ଗାଁର ଗୋଟିଏ ବନ୍ଦ ଘରୁ 4 ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
ବରଗଡ: ବରଗଡ ଭେଡେନ ବ୍ଲକର ଜାମଡୋଲ ଗାଁରେ ବଡ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା । ଗୋଟିଏ ପଡେ ଏପରି ପୂଜା ମାହୋଲ ଥିବା ବେଳେ ଗାଁର ଗୋଟିଏ ବନ୍ଦ ଘରୁ 4 ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଗାଁର ଦୁଃଖର ପରିବେଶ ସୃଷ୍ଟି କରିଛି । ମୃତକ ମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏମାନଙ୍କୁ ଦେଖି ଦୁଇ ଦିନ ତଳେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ମୃତକମାନେ ହେଲେ ଘରର ମାଲିକ ଶେଷଦେବ ମେହେର , ଖିରେଶ୍ବରୀ ମେହେର , ଅରବିନ୍ଦ ମେହେର ଏବଂ 20 ବର୍ଷୀୟା ଶିବାନୀ ମେହର । ସମୋବାର ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଏବଂ ଡଗ୍ ସ୍କାର୍ଡ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବେ । ଏହାପରେ ଘଟଣାର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।












Click it and Unblock the Notifications