ହିଞ୍ଜିଳିକାଟୁରେ କମେଣ୍ଟ ମରାରୁ ଗଡ଼ିଲା ୪ ମୁଣ୍ଡ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ କମେଣ୍ଟ ମରାରୁ ଘଟିଲା ରକ୍ତପାତ । ଛାରଖାର ହୋଇଗଲା ପରିବାର । ଶେରଗଡ ଥାନା ଅଧିନ ପିତଳ ଛକ ନରେନ୍ଦ୍ରପୁରରେ ୪ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି ।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ କମେଣ୍ଟ ମରାରୁ ଘଟିଲା ରକ୍ତପାତ । ଛାରଖାର ହୋଇଗଲା ପରିବାର । ଶେରଗଡ ଥାନା ଅଧିନ ପିତଳ ଛକ ନରେନ୍ଦ୍ରପୁରରେ ୪ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ଆଉ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

Hinjilicut

ସୂଚନା ଅନୁସାରେ ଏହି ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟର ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ । ଏବଂ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଏବଂ ଅନେକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ , ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁ । ଏହି ଘଟଣାରେ ଅପରପକ୍ଷର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍‌ ୨ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରୁଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ବେପାର କରନ୍ତି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ଦୋକାନ ବନ୍ଦ କରି ସେମାନେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ଜଣେ ମହିଳାଙ୍କୁ ସହାୟତା କରିବାକୁ ସେମାନେ ଅଟକି ଥିଲେ। ତେବେ ଏହି ସମୟରେ ୬ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳ ଧିରେ ଧିରେ ବଢ଼ିବାକୁ ଲାଗିଲା। ଏହାପରେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶମ୍ଭୁ, ପାଣ୍ଡୁରା, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଛି । ଏହି ୪ ଜଣଙ୍କ ପ୍ରତି ଆକ୍ରମଣରେ ବିପକ୍ଷ ଗୋଷ୍ଠୀର ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+