ରାଜଧାନୀରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ, ଅନୁମାନିକ ମୂଲ୍ୟ ୧୨ କୋଟି

ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡିଲା ୩୨ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ ଟ୍ରେନ ଯୋଗେ ଆଣୁଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଧରାପଡିଛନ୍ତି ।

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡିଲା ୩୨ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ ଟ୍ରେନ ଯୋଗେ ଆଣୁଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଧରାପଡିଛନ୍ତି । ସୁନା ଅଳଙ୍କାର ଭର୍ତ୍ତି ୪ଟି ବ୍ୟାଗକୁ ଭୁବନେଶ୍ୱର ଜିଆରପି ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ।

Bhubaneswar

ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ଘଟଣାରେ ଇନକମ୍ ଟ୍ୟାକ୍ସ ଓ ଜିଏସଟିର ମିଳିତ ଭାବରେ ଛାନଭିନ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+