ରାଜଧାନୀ ଦିଲ୍ଲୀରେ ଆତଙ୍କୀ ହମଲା ଷଡ଼ଯନ୍ତ୍ର ପଣ୍ଡ, 3 ଗିରଫ

ଜାତୀୟ ତଦନ୍ତକାରୀ ସଂସ୍ଥାକୁ ସଫଳତା । ରାଜଧାନୀ ଦିଲ୍ଲୀରୁ 3 ଗ୍ୟାଙ୍ଗ ମୁଖିଆଙ୍କୁ ବାନ୍ଧିଲା ସଂସ୍ଥା ।

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥାକୁ ସଫଳତା । ରାଜଧାନୀ ଦିଲ୍ଲୀରୁ 3 ଗ୍ୟାଙ୍ଗ ମୁଖିଆଙ୍କୁ ବାନ୍ଧିଲା ସଂସ୍ଥା । ଦେଶ ବିଦେଶରେ ଏମାନେ ଅପରାଧିକ କାର୍ଯ୍ୟ ଚଳାଇଥିବା ନେଇ ମଧ୍ୟ ଏମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

nia

ଏନଆଇଏ ମୁଖପାତ୍ରଙ୍କ କହିବା ଅନୁସାରେ, "ଆତଙ୍କୀ ହମଲା କରିବାକୁ ଏମାନେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗିରଫ କରିଛି ସଂସ୍ଥା । ସେମାନେ ଦିଲ୍ଲୀ ବୱାନା ଗ୍ରାମର ନୀରଜ ସେରାୱତ, ହରିୟାଣା ଗୁରୁଗ୍ରାମର ନରେଶ ଚୌଧୁରୀ ଓ ପଞ୍ଜାବ ଅଜିତ ସିଂ ନଗରର ଭୁପିନ୍ଦ୍ର ସିଂ ବୋଲି ସେମାନଙ୍କ ପରିଚୟ ମିଳିଛି ।" ଏମାନେ ହତ୍ୟା, ଆତଙ୍କବାଦ, ଡ୍ରଗ୍ସ ଓ ମାରଣାସ୍ତ୍ର କାରବାର ଆଦିରେ ଲିପ୍ତ ଥିବା ମୁଖପାତ୍ର କହିଛନ୍ତି ।

ଏମାନଙ୍କ ବିରୋଧରେ FIR ନମ୍ବର 247ରେ ପ୍ରଥମେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ମାମଲା ରୁଜୁ କରିଥିଲା । ଗତ ଅଗଷ୍ଟ 7 ତାରିଖରେ ମୋଟ 8 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଏମାନେ ସେଥିରେ ସାମିଲଥିଲେ। ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ଜାତୀୟ ତଦନ୍ତକାରୀ ଏଜେନ୍ସି ଅଗଷ୍ଟ 26 ତାରିଖରେ ନିଜ ଆଡୁ ମାମଲାରୁ ପୁନଃ ପଞ୍ଜୀକରଣ କରିଥିବା ମୁଖପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନର ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+