Get Updates
Get notified of breaking news, exclusive insights, and must-see stories!

28 ବର୍ଷ ପରେ ମାଆର ଦୁଷ୍କର୍ମକାରୀକୁ ଧରିଲା ପୁଅ

ଅଠେଇଶି ବର୍ଷ ପରେ ମାଆର ଦୁଷ୍କର୍ମକାରୀକୁ ଦଣ୍ଡିତ କରାଇଲେ ପୁଅ । କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ । ମାତ୍ର 1994 ମସିହାରେ 12 ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲେ ଉତ୍ତରପ୍ରଦେଶ ଶାହଦାହାନପୁରର ସବିତା ।

ଲକ୍ଷ୍ନୌ: ଅଠେଇଶି ବର୍ଷ ପରେ ମାଆର ଦୁଷ୍କର୍ମକାରୀକୁ ଦଣ୍ଡିତ କରାଇଲେ ପୁଅ । କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ । 12 ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲେ ଉତ୍ତରପ୍ରଦେଶ ଶାହଦାହାନପୁରର ସବିତା । ଏହାପରେ 13 ବର୍ଷ ବୟସରେ ଏକ ଶିଶୁପୁତ୍ରକୁ ପ୍ରସବ କରିଥିଲେ ପୀଡିତା । ଅଭିଯୁକ୍ତ ଦୁହେଁ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ମହମ୍ମଦ ରଜି ଏବଂ ନାକି ହାସନ ବୋଲି ଜଣାପଡିଥିଲା ।

rape

ନିଜପରିବାର ସହିତ ସବିତା ଶାହଜାହାନପୁରରେ ରହୁଥିଲେ । ସବିତା ସାଇକେଲ ନେଇ ପ୍ରତିଦିନ ସ୍କୁଲ ଯିବା ଆସିବା କରନ୍ତି । କିନ୍ତୁ ରାସ୍ତାରେ କିଛି ଅସାମାଜିକ ଯୁବକ ତାଙ୍କ ସାଇକେଲ ସାମନାକୁ ଆସିବା ସହିତ ତାଙ୍କୁ କମେଣ୍ଟ କରୁଥିଲେ । ମହୋଲ୍ଲାରେ ନୂଆ ପକ୍ଷୀ ଆସିଛି କହି କମେଣ୍ଟ କରୁଥିବା କହିଛନ୍ତି ସବିତା ।

ସବିତା କହିଛନ୍ତି, "ମୁଁ ସେତେବେଳେ ଏହାର ଅର୍ଥ ମଧ୍ୟ ଜାଣି ନଥିଲି, କିନ୍ତୁ ବର୍ତ୍ତମାନ ମଧ୍ୟ ଏହା ମୋ ସ୍ମୃତିରେ ରହିଛି।ଏହି ଗୋଷ୍ଠୀ ମଧ୍ୟରେ ରଜି ଏବଂ ହାସନ ଥିଲେ, ସେତେବେଳେ 20 ଏବଂ 22 ବର୍ଷ ବୟସର ଥିଲେ ।

ଘଟଣାର ଆରମ୍ଭ...

1994 ମସିହାରେ ଗୋଟିଏ ଗ୍ରୀଷ୍ମ ଅପରାହ୍ନରେ, ସବିତା ଘରେ ଏକୁଟିଆ ଥିଲେ । ତାଙ୍କ ଭଉଣୀ ଶିକ୍ଷୟିତ୍ରୀ ଭାବରେ କାମ କରୁଥିବାବେଳେ ତାଙ୍କ ଭାଉଜ ଜଣେ ସରକାରୀ କର୍ମଚାରୀ ଥିଲେ। ତେଣୁ ଦୁହେଁ ଅଫିସ ଯାଉଥିଲେ । ସବିତା ସେତେବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । କେବେ କେବେ ତାଙ୍କୁ ଏକାକୀ ଘରେ ରହିବା ପାଇଁ ପଡୁଥିଲା । ତେବେ ଘଟଣା ଦିନ ସବିତା ଘରେ ଏକା ଥିବା ଜାଣି ରଜି ଏବଂ ହାସନ କାନ୍ଥ ଉପରକୁ ଡେଇଁ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହାପରେ ମୋ ସହିତ ଦୁଷ୍କର୍ମ କରିଥିଲେ । କାହାକୁ ଜଣାଇଲେ ମୋ ଭଉଣୀକୁ ମାରି ଦେବାର ଧମକ ଦେଉଥିଲେ । କିନ୍ତୁ ଏହାପରେ ବାରମ୍ବାର ପ୍ରାୟ 6 ମାସ ଧରି ଦୁଷ୍କର୍ମ କରିଥିଲେ କହିଛନ୍ତି ପୀଡିତା ।

କିଛି ଦିନ ପରେ ସବିତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା ପରିବର୍ତ୍ତନ । କିନ୍ତୁ ଏତେ ଛୋଟ ବୟସରେ ତାଙ୍କ ପକ୍ଷେ ଏସବୁ ବୁଝିବା କଷ୍ଟକର ଥିଲା । ସେ ନିୟମିତ ସ୍କୁଲ ଯାଉଥିଲେ । ହେଲେ ସବିତା ବାରମ୍ବାର ମୁର୍ଚ୍ଛା ହେବା ପରେ ତାଙ୍କ ଭଉଣୀ ଡାକ୍ତରଙ୍କ ପରାମର୍ଶ କରିଥିଲେ । ଫଳରେ ସେ ଗର୍ଭବତୀ ଥିବା ଜାଣିଥିଲେ ପରିବାର । ସମୟକ୍ରମେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।

ଦୁଷ୍କର୍ମକାରୀକୁ ଧରିବା ପାଇଁ ଯୋଜନା

ପୁଅ ବଡ ହେବା ପରେ ମାଆ ସହ ହୋଇଥିବା ଅତ୍ୟାଚାର ବିଷୟରେ ଅବଗତ ହେବା ପରେ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ଥାନାରେ ଅଭିଯୋଗ କରିଥିଲା । ଏହି ମାମଲାକୁ ଗୁରୁତ୍ବର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଅଭିଯୁକ୍ତକୁ ଚିହ୍ନାଇବାରେ ସହାୟତା କରିଥିଲେ ପୀଡିତା ଏବଂ ତାଙ୍କ ପୁଅ । ଦୁହେଁ ବର୍ତ୍ତମାନ ବ୍ୟବସାୟ କରି ପରିବାର ପୋଷୁଥିବା ସୂଚନା ମିଳିବା ପରେ ପୋଲିସ ପହଞ୍ଚି ସେମାନଙ୍କୁ ଅଗଷ୍ଟ 11 ତାରିଖରେ ଗିରଫ କରିଛି । ଅନେକ ଚେଷ୍ଟା ପରେ ପୁଲିସ କାବୁ କରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଗିରଫ ହେବା ପରେ ସବିତା କହିଛନ୍ତି, ମୁଁ ଆଜି ଖୁବ ଖୁସି । ଲୋକ ଲଜ୍ଜାକୁ ଡରି ଆଜି ଅନେକ ପୀଡିତା ଚୁପ ରହୁଛନ୍ତି । ସେମାନଙ୍କୁ ମୁଁ ଏତକି କହିବି ମୁହଁ ଖୋଲିବା ନିହାତି ଆବଶ୍ୟକ । ଦୋଷୀ ଦଣ୍ଡ ପାଇବା ଦରକାର। ଏହି ଘଟଣାପରେ ନାରୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ସବିତା । ସଂଘର୍ଷ କରି ସେ ଦୋଷୀକୁ ପୋଲିସ ହେପାଜତରେ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+